May 19, 2024

ମୋଦି ସରକାର ସମୟରେ ଓଡ଼ିଶାକୁ ମିଳିଛି ସର୍ବାଧିକ ସହାୟତା

1 min read
PM-Narendra-Modi-Aajira-Odisha

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ୧୦୦ଦିନ ପୁରିଲା । ଏହି ୧୦୦ଦିନ ମଧ୍ୟରେ କେତେ ସଫଳତାର ସହ ଆଗେଇଛି ମୋଦି ସରକାର ? ଏନେଇ ନିଜର ରିପୋର୍ଟ କାର୍ଡ ଦେଇଛି ମୋଦି ସରକାର । ଦେଶ ଓ ଓଡ଼ିଶା ପାଇଁ ମୋଦି ସରକାରଙ୍କ ଅବଦାନ କ’ଣ ରହିଛି ? ସେନେଇ ମଧ୍ୟ ରିପୋର୍ଟ କାର୍ଡ ଦେଇଛି ବିଜେପି ।

  • ବାତ୍ୟ ଫୋନୀ ସମୟରେ ମୋଦି ସରକାର ଫୋନି କ୍ଷତିଗ୍ରସ୍ତଙ୍କ ପାଇଁ ଓଡିଶାକୁ ସବୁଠାରୁୁ ବଡ ସହାୟତା ଦେଇଛନ୍ତି । ବାତ୍ୟା ‘ଫୋନି’ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ଓଡିଶାର ଜନସାଧାରଣଙ୍କ ପୁନରୁଦ୍ଧାର ଓ ଜୀବନଜୀବିକା ପାଇଁ ମୋଟ ୪୬୭୮.୨୨ କୋଟି ଟଙ୍କା ପ୍ରଦାନ କରିଛନ୍ତି ମୋଦି ସରକାର ।
  • ସାମୁଦ୍ରିକ ବାତ୍ୟା ‘ଫୋନିର’ ଅବ୍ୟବହିତ ପୂର୍ବରୁ ମୋଦି ସରକାର ଓଡିଶାକୁ ପ୍ରଥମେ ଅଗ୍ରୀମ ୩୪୦ କୋଟି ପ୍ରଦାନ କରିଥିଲେ । ଏହା ପରେ ୬ ମଇ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫୋନି’ ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ୧ ହଜାର କୋଟି ଟଙ୍କାର ତ୍ୱରିତ ସହାୟତା ରାଶି ଘୋଷଣା କରିଥିଲେ ।
  • ସେହିଭଳି ଓଡିଶାକୁ ସର୍ବାଧିକ କାମ୍ପା ଫଣ୍ଡ ସହାୟତା ରାଶି ମଧ୍ୟ ଦେଇଛନ୍ତି ମୋଦି ସରକାର । ଓଡିଶାରେ ହଜି ଯାଇଥିବା ସବୁଜ ସୌନ୍ଦର୍ଯ୍ୟକୁ ଫେରାଇ ଆଣିବା ତଥା ରାଜ୍ୟରେ ବନୀକରଣ ପାଇଁ ମୋଦି ସରକାର କାମ୍ପା ଫଣ୍ଡରୁ ଓଡିଶାକୁ ସର୍ବାଧିକ ୫୯୩୩.୯୮ କୋଟି ଟଙ୍କା ଆର୍ଥିକ ସହୟତା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।
  • ଭୁବନେଶ୍ୱରରୁ ଜଗଦଲପୁର ଏବଂ ଜୁନାଗଡକୁ ୨ଟି ପୃଥକ ପୃଥକ ଟ୍ରେନ୍‌ ଯୋଗାଇବା ପାଇଁ ସ୍ୱୀକୃତି ଦେଇଛନ୍ତି । ମୋଦିଙ୍କ ସରକାରଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ କ୍ରମେ ରେଳମନ୍ତ୍ରୀ ପିୟୂଷ ଗୋଏଲ ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବାକୁ ସ୍ୱୀକୃତି ଦେଇଛନ୍ତି । ଏହା ଦ୍ୱାରା କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇପାରିଛି ।
  • ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ତଥା ୨୦୧୯-୨୦ ଆର୍ଥିକ ବର୍ଷର ବଜେଟ୍‌ରେ ଓଡିଶାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାର ତୃତୀୟ ପର୍ଯ୍ୟାୟରେ ୧ ଲକ୍ଷ ୨୫ ହଜାର କିମି ରାସ୍ତା ତିଆରି ପାଇଁ ବଜେଟରେ ୮୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା । ଫଳରେ ଏହି ଯୋଜନାରେ ଓଡିଶା ଲାଭାନ୍ୱିତ ହେବା ସହ ଓଡିଶାର ନକ୍ସଲ ପ୍ରଭାବିତ ଅଂଚଳ ମଧ୍ୟ ଲାଭ ପାଇବ ।
  • ସେହିପରି ପାଖାପାଖି ୨ କୋଟି ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେବା ନେଇ ବଜେଟରେ ବ୍ୟବସ୍ଥା ହୋଇଛି । ଯେଉଁଥିରୁ ଓଡିଶା ସିଂହଭାଗ ପାଇବ । ଦେଶ ତଥା ଓଡିଶାରେ ପିଇବା ପାଣି, ବିଜୁଳି, ଗ୍ୟାସ ସଂଯୋଗ, ଶୌଚାଳୟ କାର୍ଯ୍ୟକ୍ରମ ଓ ମତ୍ସ୍ୟ ସମ୍ପଦକୁ ଗୁରୁତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.