May 19, 2024

ରାଜ୍ୟ ଓପନ ଚେସ୍‌: ମାନସ ଚାମ୍ପିୟନ

1 min read

ଆଓରି(ତା୧୬|୪)-  ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ରାଜ୍ୟ ଓପନ ଚେସ୍‌ରେ ପିପିଲିର ଏସ. ମାନସ ଚାମ୍ପିୟନ ହୋଇଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୮ ପଏଣ୍ଟ ପାଇଛନ୍ତି। ପ୍ରଭାତ କୁମାର ଓଝା ୭.୫ ପଏଣ୍ଟ ସହିତ ଦ୍ୱିତୀୟ ଏବଂ ୪ ଜଣ ଖେଳାଳି ୭ ପଏଣ୍ଟ ଲେଖାଏ ପାଇଥିଲେ ହେଁ ମାନସ ପରିଡ଼ା ତୃତୀୟ ସ୍ଥାନ ହାସଲ କରିଛନ୍ତି। ପ୍ରଦର୍ଶନ ଭିତ୍ତିରେ ୨୫ ଜଣ ଖେଳାଳି ପୁରସ୍କୃତ ହୋଇଥିଲେ। ଏହା ବ୍ୟତୀତ ୭, ୯, ୧୧, ୧୩, ୧୫ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ୪ ଜଣ ଲେଖାଏ ଶ୍ରେଷ୍ଠ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ନେହାଞ୍ଜଳି ପ୍ରଧାନ ଶ୍ରେଷ୍ଠ ମହିଳା ଓ ଭୀମସେନ ପ୍ରଧାନ ଶ୍ରେଷ୍ଠ ଭେଟେରାନ ଖେଳାଳି ବିବେଚିତ ହୋଇଥିଲେ। ରାଜକିଶୋର ଘଡ଼େଇ ମୁଖ୍ୟ ଅତିଥି ଓ ବିମଳ ପ୍ରସାଦ ମହାନ୍ତି ସମ୍ମାନିତ ଅତିଥିଭାବେଯୋଗ ଦେଇଥିଲେ। ଅରାତି ବିଜୟ ମହାନ୍ତି,ଦେବାଶିଷ ପାଣିଗ୍ରାହୀ ଓ ବାଂଶୀଧର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.