ଠକେଇ ମାମଲାରେ ଫସିଲେ କଂଗ୍ରେସ ନେତା ନିରଞ୍ଜନ ଏବଂ ନବଜ୍ୟୋତି
1 min read
ଆଓରି-ଭୁବନେଶ୍ଵର(୨୫/୦୧) : ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । କିନ୍ତୁ ଏହା ପୂର୍ବରୁ ଗୋଟିଏ ପରେ ଗୋଟିଏ ତୁଙ୍ଗ ନେତା ଦଳ ଛାଡିଛନ୍ତି । କିନ୍ତୁ ଏବେ କଂଗ୍ରେସକୁ ଆଉ ଏକ ବଡ ଝଟକା । ଏକ ଠକେଇ ମାମଲାରେ ଫସିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ତାଙ୍କୁ ନୋଟିସ ଜାରି କରାଯାଇଛି । ନିରଞ୍ଜନ ଓ ତାଙ୍କ ପୁଅ ବିରୁଦ୍ଧରେ ଆଇପିସି ସେକ୍ସନ ୪୨୦ ଧାରା ଲଗାଯାଇଛି ।
ଗଣମାଧ୍ୟମ ସୂଚନାନୁଯାୟୀ ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ VAVASI ନାମକ ଏକ ଟେଲିକମ୍ ସଂସ୍ଥାର ନିର୍ଦ୍ଦେଶକଙ୍କ ଠାରୁ ୩୨ କୋଟି ଟଙ୍କା ଲୁଟିଛନ୍ତି । ତେବେ ପଚରାଉଚରା ପାଇଁ ଉଭୟଙ୍କୁ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି ।