ରାଜନୀତି

ବିଜେପିରେ ଯୋଗ ଦେଲେ ପଦ୍ମଲୋଚନ ପଣ୍ଡା

ଆଓରି-ଭୁବନେଶ୍ଵର(୨୨/୧୦) : ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ତା ଆଜି ବିଜେପିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ବାଲେଶ୍ଵର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶୁଭଙ୍କର ମହାପାତ୍ର ମଧ୍ୟ ଆଜି ବିଜେପିରେ ସାମିଲ୍‌ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଖଇରା ବ୍ଲକ୍‌ର ପତିରାଜପୁର ଦୋଳ ମେଳନ ପଡ଼ିଆଠାରେ ଏକ ମିଶ୍ରଣ ପବର୍ର ଆୟୋଜନ କରାଯାଇଥିଲା। ଏଥିରେ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ତଥା କୌଶଳ ବିକାସ ଓ ଦକ୍ଷତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଭୟ ନେତା ଓ ସେମାନଙ୍କ ସମର୍ଥକଙ୍କୁ ଦଳ ମଧ୍ୟରେ ସ୍ଵାଗତ୍‌ କରିଥିଲେ। ସେ କହିଥିଲେ ଯେ, ଏବେ ସିମୁଳିଆ ନିର୍ବାଚନ ମଣ୍ତଳୀରେ ପଦ୍ମ ଫୁଟିବା ପାଇଁ ଆଉ କେହି ଅଟକାଇ ପାରିବେ ନାହିଁ। ଏଥର ଓଡ଼ିଶାରେ ମଧ୍ୟ ବିଜେପିର ମିସନ ୧୨୦+ ସଫଳ ହେବ।

ବାଲେଶ୍ଵର ଜିଲ୍ଲା ବିଜେପି ସଭାପତି ମଦନମୋହନ ଦତ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବରିଷ୍ଠ ନେତା ତଥା କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପସଭାପତି ବିଷ୍ଣୁ ସେଠୀ, ଜିଲ୍ଲା ପ୍ରଭାରୀ ସମୀର ମହାନ୍ତି, ରାଜ୍ୟ ପ୍ରବକ୍ତା ପୀତାମ୍ବର ଆଚାର୍ଯ୍ୟ, ରେମୁଣା ବିଧାୟକ ଗୋବିନ୍ଦ ଦାସ, ଶରତ ଦାସ, ଭଦ୍ରକ ଜିଲ୍ଲା ସଭାପତି ବଦ୍ରି ଧଳ, ମୟୂରଭଞ୍ଜ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ନଙ୍ଗୀନ ରାମ, ସୁଷମାରାଣି ବିଶ୍ଵାଳ, ରାକେଶ ମଲ୍ଲିିକ, କୈଳାସ ଚନ୍ଦ୍ର ବାରିକ, ଜୟନାରାୟଣ ମହାନ୍ତି, ସମୀର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କେନ୍ଦ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଣଜିତ ଦାସ ଧନ୍ୟବାଦ ଦେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button