ରାଜନୀତିରାଜ୍ୟ

ବିଜେପୁର ଛାଡ଼ିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ Odisha CM Naveen Patnaik resigns from Bijepur constituency

ଆଓରି-ଭୁବନେଶ୍ଵର(୦୬/୦୩) : ହିଞ୍ଜିଳି ରଖି ବିଜେପୁର ଛାଡ଼ିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେପୁର ବିଧାନସଭା ଆସନରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ । ନିଜ ଇସ୍ତଫା ପତ୍ର ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କ ପାଖକୁ ପଠାଇଦେଇଥିବା ମଧ୍ୟ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଛାଡ଼ିବା ପରେ ଏବେ ଉପନିର୍ବାଚନ ଉପରେ ନଜର । ୨୦୧୭ ପରେ ପୁଣିଥରେ ବିଜେପୁର ଦେଖିବାକୁ ଯାଉଛି ଆଉ ଏକ ଉପନିର୍ବାଚନ । ୨୦୧୭ରେ କଂଗ୍ରେସ ନେତା ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁର ପାଇଁ ଆସିଥିଲା ଉପନିର୍ବାଚନର ସମୟ । ସେତେବଳେ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ସାମିଲ ହେବା ସହ ଶଙ୍ଖ ଚିହ୍ନରେ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ।

ସ୍ୱାମୀଙ୍କ ଦବଦବା ଏବଂ ସିମ୍ପାଥି ଭୋଟ ପାଇ ରୀତା ହାତେଇଥିଲେ ବିଜେପୁର । କିନ୍ତୁ ୨୦୧୯ ନିର୍ବାଚନ ବେଳେ ବିଜେପୁରରୁ ପୁଣି ରୀତା ପ୍ରାର୍ଥୀ ହେବା ଚର୍ଚ୍ଚାରେ ବିରାମ ଟାଣି ପ୍ରାର୍ଥୀ ହେଲେ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ପାରମ୍ପରିକ ହିଞ୍ଜିଳିରୁ ପ୍ରାର୍ଥୀ ହେବା ସହ ବରଗଡ଼ରେ କମୁଥିବା ବିଜେଡି କ୍ରେଜ୍‌ରେ ବ୍ରେକ୍‌ ଲଗାଇବା ପାଇଁ ବିଜେପୁରର ପ୍ରାର୍ଥୀ ହେଲେ ନବୀନ ।

ଦୁଇଟି ସିଟ୍‌ରେ ବିପୁଳ ବିଜୟ ହେବା ସହ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ମଣ୍ଡନ ମଧ୍ୟ କଲେ ବିଜେଡି ସୁପ୍ରିମୋ । ତାପରେ ବରଗଡ଼ ଲୋକସଭା ଆସନ ବିଜେପି ହାତକୁ ଗଲାପରେ ଚର୍ଚ୍ଚା ହେଉଥିଲା ଏଥର ନବୀନ ପଟ୍ଟନାୟକ ହିଞ୍ଜିଳି ଛାଡ଼ିବେ ଏବଂ ବିଜେପୁର ରଖିବେ । କିନ୍ତୁ ସେମିତି କିଛି ହେଲାନି, ଶେଷରେ ବିଜେପୁର ଛାଡ଼ିଲେ ନବୀନ ।

ନବୀନ ବିଜେପୁର ଛାଡ଼ିବା ପରେ ଏବେ ବିଜେପୁର ଉପନିର୍ବାଚନରେ ବିଜେଡିର ପ୍ରାର୍ଥୀ କିଏ ହେବ ସେନେଇ ଚର୍ଚ୍ଚା । ଅବଶ୍ୟ ପୂର୍ବରୁ ପୁତୁରା ଅରୁଣ ପଟ୍ଟନାୟକ ଉପନିର୍ବାଚନ ମାଧ୍ୟମରେ ରାଜନୀତିରେ ଏଣ୍ଟ୍ରି ମାରିବାର ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଫୁଲଷ୍ଟପ୍‌ ପକାଇଥିଲେ ନିଜେ ମୁଖ୍ୟମନ୍ତ୍ରୀ । ଏହାସହ ନିଜ ପରିବାରରୁ କେହି ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି  ମଧ୍ୟ କହିଥିଲେ ନବୀନ । ତେବେ ବିଜେପୁର ଉପନିର୍ବାଚନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button