ରାଜନୀତି

ମୋଦିଙ୍କ ମନ୍ତବ୍ୟକୁ ନେଇ ବିଜେଡି-ବିଜେପି ବାକ୍‌ଯୁଦ୍ଧ

ଆ.ଓ.ରି(ତା୨୭|୫)-ମହାନଦୀ ଉପରେ କଟକରେ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୋଦି ଯାହା ଉପସ୍ଥାପନ କଲେ ତାହା ଅସତ୍ୟ, ବିଭ୍ରାନ୍ତିକର, ଦ୍ୱନ୍ଦ୍ୱାତ୍ମକ। ତାଙ୍କ ମନ୍ତବ୍ୟ ଓଡ଼ିଶାବାସୀଙ୍କ ପାଇଁ କନ୍‌ଫ୍ୟୁଜନ୍ ଥିଲା, କମ୍ପ୍ଲିମେଣ୍ଟ ନଥିଲା।ଟ୍ରିବ୍ୟୁନାଲ ନେଇ ମୋଦିଙ୍କ ମନ୍ତବ୍ୟ ଦୁଃଖଦାୟକ ବୋଲି ପ୍ରସନ୍ନ ଆଚାର୍ଯ୍ୟ କହିବା ସହିତ ବର୍ତ୍ତମାନ ସୁଦ୍ଧା ଏକକ ଟ୍ରିବ୍ୟୁନାଲ ବିଲ୍ ପାସ୍ ହୋଇନାହଁ ବୋଲି ସେ ଅଭିଯୋଗ କରିଛନ୍ତି। ଏହା ସହିତ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା ପରେ ହିଁ ଟ୍ରିବ୍ୟୁନାଲ କରିବାକୁ କେନ୍ଦ୍ର ବାଧ୍ୟ ହୋଇଥିବା କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ।

ସେପଟେ ପ୍ରସନ୍ନଙ୍କୁ ଜବାବ ଦେଇ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଯେଉଁମାନେ ୧୮ ବର୍ଷ ଧରି ଜଳସେଚନ ପାଇଁ କିଛି କରିନାହାନ୍ତି, ସେମାନଙ୍କୁ ମୋଦି ଶକ୍ତ ଚାପୁଡ଼ା ମାରିଛନ୍ତି। ମହାନଦୀ ପାଇଁ କେନ୍ଦ୍ର ସବୁବେଳେ ସହଯୋଗ କରିଆସୁଛି। ପ୍ରଧାନମନ୍ତ୍ରୀ ଯାହା କହିଛନ୍ତି ତାହା ଠିକ୍ ବୋଲି ବସନ୍ତ ପଣ୍ଡା କହିଛନ୍ତି। ବିଜେପିର ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ମହାନଦୀ ଏକ ସ୍ପର୍ଶକାତର ପ୍ରସଙ୍ଗ। ଓଡ଼ିଶାବାସୀ ଯେମିତି ମନ୍ତବ୍ୟ ଆଶା କରୁଥିଲେ, ପ୍ରଧାନମନ୍ତ୍ରୀ ସେମିତି କିଛି କହିନାହାନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button