March 28, 2023

ମହାନଦୀ ସୁରକ୍ଷା ଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

1 min read

ଆ.ଓ.ରି(ତା୧୬|୫)-ବିଜେଡ଼ିର ମହାନଦୀ ମହାସଂଗ୍ରାମ ଅଭିଯାନର ଶୁଭାରମ୍ଭ ଅବସରରେ ସୁଖାଶୋଢ଼ାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ସେଠାରେ ସେ କେନ୍ଦ୍ର ଏବଂ ଛତିଶଗଡ଼ ସରକାରଙ୍କ ଆଭିମୁଖ୍ୟ ଉପରେ ବର୍ଷିଥିଲେ। କହିଥିଲେ, ଓଡ଼ିଶାର ବିଜେପି ନେତା ମାନେ ଛତିଶଗଡ଼ର କାମକୁ ସମର୍ଥନ କରୁଛନ୍ତି ଏବଂ  କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।ଆଜି ଝାରସୁଗୁଡ଼ାର ସୁଖାଶୋଡ଼ାରେ ଏଭଳି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାସହ ସେ କହିଛନ୍ତି ଯେ, ଜଣେ ବି ଯଦି ବିଜେପି ନେତା ଓଡ଼ିଆ ଏବଂ ଓଡ଼ିଶା ପ୍ରତି ଦରଦ ରଖିଛନ୍ତି, ତେବେ ଛତିଶଗଡ଼ ସରକାରର କାମକୁ ସେମାନେ ବିରୋଧ କରନ୍ତୁ।ବିଜେଡି ଓଡ଼ିଶାର ହକ୍ ପାଇଁ ସୁପ୍ରିମକୋର୍ଟ ଯାଇଥିଲା ଏବଂ ବିଜେଡ଼ିର ଦାବି ମହାନଦୀ ଟ୍ରିବ୍ୟୁନାଲ୍ ଗଠନ ହେଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ବର୍ଷା ଦିନେ ମହାନଦୀରେ ପାଣି ସମସ୍ୟା ରହୁନଥିବାବେଳେ ଛତିଶଗଡ଼ରେ ଅନେକ ବ୍ୟାରେଜ ନିର୍ମାଣ ଯୋଗୁ ଅନ୍ୟ ଋତୁରେ ପାଣି ଶୁଖିଲା ରହୁଛି। ହୀରାକୁଦରେ ପାଣି ଶୁଖି ଯାଉଛି। ମହାନଦୀକୁ କୌଣସି ପରିସ୍ଥିତିରେ ଶୁଖିଲା ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟରେ ମହାନଦୀ ମହାସଂଗ୍ରାମ ଅଭିଯାନ କରିଛି ବିଜେଡି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.