March 18, 2023

ସ୍ଵର୍ଗତ ସୁଷମା ସ୍ୱରାଜଙ୍କୁ ବାଲୁକାକଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବାଲୁକାଶିଳ୍ପୀ ମାନସ କୁମାର ସାହୁ

1 min read
Sand-Art-by-Manash-Kumar-Sahu-Aajira-Odisha

ଆଓରି-ଭୁବନେଶ୍ଵର(୦୮/୦୮) : ନିଜର ଅନନ୍ୟ ବାଲୁକାକଳାରେ ସ୍ଵର୍ଗତ ସୁଷମା ସ୍ୱରାଜଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ତଥା ସ୍ୟାଣ୍ଡ ଆନିମେଟର ମାନସ କୁମାର ସାହୁ। ପ୍ରାକ୍ତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ଯିଏକି ନିଜର ଔଜସ୍ୱିନୀ ଭାଷଣ ପାଇଁ ବିଜେପିର ଜଣେ ଅଗ୍ନିବର୍ଷୀ ନେତ୍ରୀ ଥିଲେ। ଏଭଳି ଜଣେ ମହିୟସୀ ମହିଳାଙ୍କୁ ବାଲୁକା କଳାରେ ଶ୍ରଦ୍ଦାଞ୍ଜଳୀ ଜଣାଇଛନ୍ତି ମାନସ। ବାଲୁକାକଳାରେ ସେ ତ୍ରୀରଙ୍ଗା ସହ ସୁଷମାଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରିଛନ୍ତି। ୧୪ ଫୁଟ ଓସାର ବିଶିଷ୍ଟ ଏହି ବାଲୁକା କଳାରେ ୧୫ ଟନ ବାଲି ଉପଯୋଗ କରାଯାଇଛି।

ସୁଷମା ସ୍ୱରାଜ ଏକ ଧାରାରେ ଜଣେ ସଫଳ ଲୋକପ୍ରିୟ ରାଜନୀତିଜ୍ଞ, ସୁପ୍ରିମକୋର୍ଟର ପୂର୍ବତନ ଆଇନଜୀବୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ଥିଲେ। ଇନ୍ଦିରା ଗାନ୍ଧୀଙ୍କ ପରେ ସେ ଥିଲେ ଭାରତର ଦ୍ଵିତୀୟ ବିଦେଶ ମନ୍ତ୍ରୀ ଯେ ସଫଳତାର ସହ ୨୦୧୪ ମେ ୨୬ରୁ ୨୦୧୯ ମେ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସୁଷମା ଥିଲେ ସାଧାରଣ ଜନତାର ଅସାଧାରଣ ନେତ୍ରୀ। ଯେ କେହି ବି ଟ୍ୱିଟ କଲେ ଉତ୍ତର ଦେଉଥିଲେ ସୁଷମା। ମଙ୍ଗଳବାର ରାତିରେ ହୃଦଘାତରେ ସୁଷମା ସ୍ଵରାଜଙ୍କ ପରଲୋକ ଘଟିଥିଲା । ଦିଲ୍ଲୀସ୍ଥିତ ଏମ୍ସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.