ଜାତୀୟରାଜ୍ୟ

ଏପିଜେ ଅବଦୁଲ କଲାମ ଉଦ୍ଭାବକ ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଆ ବୈଜ୍ଞାନିକ ଡକ୍ଟର ମାୟାଧର ବାରିକ

ଆଓରି-ନୂଆଦିଲ୍ଲୀ(୧୦/୯) : ଓଡ଼ିଆ ବୈଜ୍ଞାନିକ ଡକ୍ଟର ମାୟାଧର ବାରିକ ଚଳିତ ବର୍ଷର ସମ୍ମାନଜନକ ଏପିଜେ ଅବଦୁଲ କଲାମ ଉଦ୍ଭାବକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ଓ ପରିବେଶ ପ୍ରଭାବ ସଂପର୍କିତ କର୍ମଶାଳାରେ ଡକ୍ଟର ଶ୍ରୀ ବାରିକଙ୍କୁ ସମ୍ମାନିତ କରାଯାଇଛି। ଷ୍ଟଡି ଅଫ୍ ଏନଭରନମେଣ୍ଟ ଆଣ୍ଡ ଜେନେଟିକ ଫ୍ୟାକଟର୍ସ ଇନ୍ ଚାଇଲଡ ୱିଥ୍‌ କ୍ରାନିଓସିନୋଷ୍ଟସିସ୍‌ ଶୀର୍ଷକ ଗବେଷଣା ପାଇଁ ଅବଦୁଲ କଲାମ ଉଦ୍ଭାବକ ସମ୍ମାନ ପାଇଁ ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଦେଶ ବିଦେଶରୁ ତିନିଶହରୁ ଊର୍ଦ୍ଧ୍ଵ ଗବେଷକ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଡକ୍ଟର ବାରିକ ଅଦ୍ୟାବଧି ୧୬୦ରୁ ଊର୍ଦ୍ଧ୍ଵ ଗବେଷଣାତ୍ମକ ପ୍ରବନ୍ଧ ଲେଖିଛନ୍ତି। ସେ ସଂପ୍ରତି ଦିଲ୍ଲୀ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନର ମେଣ୍ଟାଲ ହେଲଥ ଆଣ୍ଡ ରିହାବିଲିଟେସନ ବିଭାଗରେ କାର୍ଯ୍ୟ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button