ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହେଲେ ଓଡିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତି
1 min read
ଆଓରି-ନୂଆଦିଲ୍ଲୀ(୦୭/୦୩) : ଓଡିଆ ବୈଜ୍ଞାନିକଙ୍କ ସଫଳତା । ଭାବା ଆଣବିକ ଅନୁସନ୍ଧାନ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ଓଡିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତି ।
ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ ଭାବା ଆଣବିକ କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯିବା ପରେ ରାଜ୍ୟର ଗୌରବ ବଢିଛି । ସେ ଏହି ପଦରେ ୩ ବର୍ଷ ପର୍ଯ୍ୟନ୍ତ ରହିବେ । ଗତ ୬ମାସ ହେବ ଏହି ପଦ ଖାଲିପଡିଥିଲା । ତେବେ ପୁଲୱାମାରେ ସିଆରପିଏଫ ଯବାନଙ୍କ ମୃତ୍ୟୁ ପରେ ଏହି ପଦବୀ ପୂରଣ ପାଇଁ ତତ୍ପରତା ଦେଖାଦେଇଥିଲା । ଏହା ପରେ ୬୯ ବର୍ଷୀୟ ଡକ୍ଟର ଅଜିତ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି । ଏହାପୂର୍ବରୁ ସେ କୋଲକାତାରେ ଶାହ ଇନଷ୍ଟିଚ୍ୟୁଡ ଅଫ୍ ନ୍ୟୁୟକ୍ଲିୟର ଫିଜିକ୍ସରେ ମଧ୍ୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି ।