ମନୋରଞ୍ଜନ

ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ପ୍ରମିଜ୍’

ଆ.ଓ.ରି(ତା(୨୪|୫)-ରିଲିଜ୍ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ଲଭ୍ ପ୍ରମିଜ୍‌’। ସିନେମାରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ରାକେଶ ଏବଂ ଅଭିନେତ୍ରୀ ଜୟା। ବିଶ୍ୱାସ ସିନେପ୍ରଡକ୍ସନ୍ସର ଆନୁକୂଲ୍ୟରେ ନିର୍ମିତ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସନ୍ତୋଷ ବିଶ୍ୱାଳ। ସଂଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

ପରଦାକୁ ଆସିବା ପୂର୍ବରୁ ଲଭ୍‌ ପ୍ରମିଜର ଗୀତ ଗୁଡିକ ହିଟ୍ ହୋଇସାରିଛି।  କଟକର ଜୟଶ୍ରୀ ଟକିଜ୍‌ରେ ଲଭ୍ ପ୍ରମିଜ୍‌ର ପ୍ରିମିୟର ସୋ ପ୍ରଦର୍ଶିତ ହୋଇଛି। ରାଜ୍ୟର ବିଭିନ୍ନ ସହରରେ ୫୦ଟି ହଲରେ ମୁକ୍ତିଲାଭ କରିଛି ଏହି ସିନେମା। ଏହି ସିନେମାଟି ତରଙ୍ଗ ସିନେପ୍ରଡକ୍ସନ ଡିଷ୍ଟ୍ରିବ୍ୟୁସନରେ ପ୍ରେକ୍ଷାଳୟକୁ ଆସିଛି।

Related Articles

Leave a Reply

Your email address will not be published. Required fields are marked *

Back to top button