ଜାତୀୟ

କୋଲକତା ମାରାଥନରେ ଓଡିଆ ଧାବକଙ୍କ ସଫଳତା

କଟକ: ଆଥଲେଟିକସ୍‌ ଫେଡେରେସନ ଅଫ୍‌ ଇଣ୍ଡିଆ ଓ ଆଡିବିଆଇ ଜୀବନ ବୀମା ପକ୍ଷରୁ କୋଲକତାରେ ଅନୁଷ୍ଠିତ ଫୁଲ ମାରାଥନରେ ଓଡିଆ ଧାବକ ସୌଭାଗ୍ୟ କୁମାର ରଥ ସଫଳତା ହାସଲ କରିଛନ୍ତି ।  ଏଥିରେ ମୋଟ ୪ଟି ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମାରଥନରେ ପ୍ରାୟ ୭ ହଜାର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ସୌଭାଗ୍ୟ  ୪୨ କିଲୋମିଟର ମାରାଥନକୁ ୫ ଘଣ୍ଟା ୨୪ ମିନଟ୍‌ରେ ଶେଷ କରିଥିଲେ। ଏହି ଦୂରତା ଅତିକ୍ରମ କରିଥିବାରୁ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଅଂଶ ଗ୍ରହଣ କରିଥିବା ଭାରତର ପୂର୍ବତନ କ୍ରିକେଟିୟର ସଚୀନ ତେନ୍ଦୁଲ କର ତାଙ୍କୁ ସମ୍ମାନିତ କରିଛନ୍ତି । ସୌଭାଗ୍ୟ ଏବେ ଆକାଶବାଣୀ କଟକ କେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button