ପ୍ରବାସୀ ଓଡିଆ

ଦିଲ୍ଲୀରେ ଆସ ଶିଖିବା ଆମରି ଭାଷା କାର୍ଯ୍ୟକ୍ରମର ଶୁଭାରମ୍ଭ

ଆଓରି-ନୂଆଦିଲ୍ଲୀ(୧୬/୮) : ଦିଲ୍ଲୀସ୍ଥିତ ବେସରକାରୀ ସଂସ୍ଥା ତାରେ ଜମିନ ଫାଉଣ୍ଡେସନ ଦ୍ଵାରା ୭୨ତମ ସ୍ଵାଧୀନତା ଦିବସ ଅବସରରେ “ଆସ ଶିଖିବା ଆମରି ଭାଷା” କାର୍ଯ୍ୟକ୍ରମର ସୁଭୋଦଘାଟନ ହୋଇଛି । ଏହି ବିଶେଷ ଦକ୍ଷିଣ ଦିଲ୍ଲୀର ଅୟାନଗର ଠାରେ ଦିଲ୍ଲୀସ୍ଥିତ ପ୍ରାୟ ୩୦ରୁ ଊର୍ଦ୍ଧ୍ଵ ବେସରକାରୀ ସଂସ୍ଥାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଆଜି ପୂର୍ବାହ୍ନରେ ଆୟାନଗର ପୂର୍ବ ନିଗମ ପାର୍ଶ୍ଵଦ ନରେଶ ଲୋହିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଥମେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସମସ୍ତଙ୍କୁ ସ୍ଵାଧୀନତା ଦିବସ ଉପଲକ୍ଷେ ଅଭିନନ୍ଦନ ଜଣାଇବା ସହ ନିଜର ବକ୍ତବ୍ୟ ରଖିଥିଲେ ।

ଏନଟିପିସିର ଅଧ୍ୟକ୍ଷ ଶ୍ରୀ ବି.କେ ବେହେରା, ବିଶିଷ୍ଟ ସାମ୍ବାଦିକ ଶ୍ରୀ ବେବର୍ତ ପ୍ରବାସୀ ଓଡିଆ ବିକାଶ ସମିତିର ଅଧ୍ୟକ୍ଷ ପ୍ରସନ୍ନ ପରିଡା ତଥା ସମାଜସେବୀ ଶ୍ରୀମତୀ ରୀତା ପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଦିଲ୍ଲୀରେ ପ୍ରବାସୀ ଓଡିଆ ମାନେ ନୂତନ ପିଢିଙ୍କୁ ଓଡିଆ ଶିକ୍ଷାରୁ ବଞ୍ଚିତ ରଖୁଛନ୍ତି । ଏହା ଯୋଗୁଁ ଓଡିଶାର ମହାନ ଅଦ୍ଵିତୀୟ କଳା, ସଂସ୍କୃତି, ସ୍ଥାପତ୍ୟ ଇତ୍ୟାଦି ଜାଣିପାରୁନାହାନ୍ତି ବୋଲି ଅତିଥି ମାନେ କହିଥିଲେ । ସମସ୍ତ ମହିଳାମାନେ ପ୍ରଥମେ ଓଡିଆ ଭାଷା ଶିକ୍ଷା ଦେଇ ପରେ ହିନ୍ଦୀ ଏବଂ ଇଂରାଜୀ ଭାଷା ଶିକ୍ଷା ଦେବାପାଇଁ ଶ୍ରୀ ବେହେରା ପରାମର୍ଶ ଓ ଅନୁରୋଧ କରିଛନ୍ତି ।

ଉପସ୍ଥିତ ଥିବା ୫୦ରୁ ଊର୍ଦ୍ଧ୍ଵ ପିତାମାତା ଓ ବେସରକାରୀ ସଂସ୍ଥାର ପ୍ରତିନିଧି ମାନଙ୍କୁ ତାରେ ଜମିନ ଫାଉଣ୍ଡେସନ ତରଫରୁ ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରଦାନ କରାଯାଇଥିଲା । ପ୍ରତ୍ୟକ ରବିବାର ପୂର୍ବାହ୍ନ ୯ରୁ ୧୧ ପର୍ଯ୍ୟନ୍ତ ପ୍ରଶିକ୍ଷିତ ଶିକ୍ଷକଙ୍କ ଦ୍ଵାରା ଓଡିଆ ଭାଷାର ଶିକ୍ଷା ପ୍ରଦାନ କରାଯିବ ।ସମସ୍ତ ଅତିଥି ମାନେ ଓଡିଆ ଭାଷାର ପ୍ରଚାର ପ୍ରସାର ନିମନ୍ତେ ଏହିଭଳି ଏକ ପଦକ୍ଷପ ନେଇଥିବାରୁ ତାରେ ଜମିନ ଫାଉଣ୍ଡେସନର ସଂସ୍ଥାପକ ଶ୍ରୀ ବିସିକେଶନ ଶ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button