ଓଡ଼ିଆ ଭାଷା ଭିତରେ ଓଡ଼ିଆ ଜାତିର ଅସ୍ମିତା ଲୁଚି ରହିଛି
1 min read
ଆଓରି(ତା୧୯|୪)- ସାହିତ୍ୟ ଜନଜୀବନର ଚେତନା ପ୍ରବାହକୁ ପ୍ରବାହିତ କରିଥାଏ । ସମାଜର ଚିତ୍ର, ଚରିତ୍ରକୁ ଉଜ୍ଜୀବିତ କରିବା ସହିତ ଐତିହ, ପରମ୍ଫର. ସଂସ୍କୃତିକୁ ଜନମାନସରେ ପହଞ୍ଚାଇବାକୁ ପ୍ରଚେଷ୍ଟା କରିଥାଏ । ଓଡିଆ ଭାଷା ଭିତରେ ଓଡିଆ ଜାତିର ଅସ୍ମିତା ଲୁଚି ରହିଥାଏ ବୋଲି ଅବସର ତ୍ରୟୋଦଶ ରାଜ୍ୟ ସ୍ତରୀୟ ବିଷୁବ ମିଳନ ଉସôବରେ ଏହି ମତ ପ୍ରକାଶ ପାଇଛି । ଏହି ଜିଲାର ବାସୁଦେବପୁର ବ୍ଲକ୍ର ଅଟଳବିହାରୀ ହାଇସ୍କୁଲ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ବିଷୁବ ମିଳନ ଉସôବର ସାଧାରଣ ସଭା, ସମ୍ବର୍ଦ୍ଧନା ପର୍ବ, ପୁସ୍ତକ ଉନ୍ମୋଚନ, ବିଷୁବ କବିତା ଆସର ଓ ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଅନୁବାଦକ ଅଭିମନୁ୍ୟ ବେହେରାଙ୍କ ସଭାପତିତ୍ୱରେ ସେବା ନିବୃତ ଅଧ୍ୟାପକ ସାହିତ୍ୟ ସାଧକ ଡ. ସନାତନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉସôବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଭଦ୍ରକ କଲେଜର ପୂର୍ବତନ ପ୍ରାଧ୍ୟାପକ ଡ. ବ୍ରଜମୋହନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବିଷୁବ ମିଳନରେ ସାରସ୍ୱତ ଦୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ସମାନିତ ଅତିଥି ଭାବେ ବାସୁଦେବପୁର ପୌରାଧ୍ୟକ୍ଷ ଅଶୋକ କୁମାର ଦାସ, ଅଟଳବିହାରୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରବିନାରାୟଣ ସେନାପତି, ଭଦ୍ରକ ତ୍ୟାଗଭୂମିର ସଭାପତି ଅଜୟ କୁମାର ନାୟକ, କବି ଦିବ୍ୟସିଂହ ଦାସଅଧିକାରୀ ପ୍ରମୁଖ ଯୋଗ ଦେଇ ବିଷୁବ ମିଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । କବି ବନମାଳୀ ବାରିକ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିବାବେଳେ ଶିକ୍ଷାବିତ୍ ସୁଧାଂଶୁ ଶେଖର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଭିମନୁ୍ୟ ବେହେରା ସ୍ୱାଗତ ଭାଷଣ, ପ୍ରଭୁପାଦ ବରେଣ୍ୟ ବାରିକ ବନେ୍ଦ ଉକôଳ ଜନନୀ ଗାନ କରିଥିଲେ । ଏହି ଅବସରରେ କଥାକାର ସୁଦର୍ଶନ ସାମଲଙ୍କ ଗଳ୍ପ ସଂକଳନ ‘ବଧୂ ନୁହେଁ ସେ ଅଲିଅଳି କନ୍ୟା’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ତ୍ରୟୋଦଶ ବିଷୁବ ମିଳନରେ ଅବସର ସାରସ୍ୱତ ପ୍ରତିଭା ସମ୍ମାନ ଡ. ବ୍ରଜମୋହନ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅବସର କଥା ସାହିତ୍ୟ ସମ୍ମାନ ପ୍ରଦୀପ କୁମାର ଚାଟାର୍ଜୀ, ଅବସର ପ୍ରବନ୍ଧ ସମ୍ମାନ ଡ. ମନ୍ମଥ ପ୍ରଧାନ, ଅବସର କବିତା ସମ୍ମାନ କବି କୈଳାସଚନ୍ଦ୍ର ପାଢୀ, ଅବସର ଶିକ୍ଷା ସମ୍ମାନ ପରମାନନ୍ଦ ରାଉତ, ଅବସର ହସ୍ତଶିଲ୍ପୀ ସମ୍ମାନ କୁନ୍ତଳା ମିଶ୍ର, ସୁଶାନ୍ତ ପାଣିଗ୍ରାହୀ ସ୍ମୃତି ସମ୍ମାନ, ଶିଶୁ କଣ୍ଠଶିଳ୍ପୀ ପ୍ରଭୁପାଦ ବରେଣ୍ୟ ବାରିକ ପ୍ରଦାନ କରାଯିବା ସହିତ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ କବି, କଳାକାର, ପାଲା ଗାୟକ, ସାରସ୍ୱତ ସାଧକ ଅଂଶଗ୍ରହଣ କରିଥିଲେ । ପୂର୍ବତନ ବ୍ୟାଙ୍କ ଅଧିକାରୀ ଧନେଶ୍ୱର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।