March 22, 2023

ଓଡିଆ ହେରୋଇନ ଶ୍ରେୟାଙ୍କ କାହାଣୀ

1 min read

ଆଓରି-ଭୁବନେଶ୍ଵର(୨୬/୦୮): ଚଳିତ ବର୍ଷ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ତୁ ମୋ’ ସୁନା ଚଢେଇ’ଦର୍ଶକଙ୍କ ଦ୍ୱାରା ବିଶେଷ ଭାବେ ଆଦୃତ ହୋଇ ନ ଥିଲେ ବି ଏହାର ଦୁଇ ନାୟିକା ଚର୍ଚ୍ଚିତା ହୋଇଛନ୍ତି। ଏଥିରେ ଥିବା ଦୁଇ ନାୟିକାଙ୍କ ଭିତରୁ ଜଣେ ହେଲେ ଶ୍ରେୟା।

ଶ୍ରେୟାଙ୍କୁ ନେଇ ‘ତୁ ମୋ’ ସୁନା ଚଢେଇ’ର ଅନ୍ୟତମ ନାୟିକା ଏଲ୍‌ସା ଆପତ୍ତି ଉଠାଇଥିଲେଏକ ସାମ୍ବାଦିକ ସମ୍ମିଳନୀରେ। ସେ ସମୟରେ ଏଲ୍‌ସା ଅଭିଯୋଗ ଆଣିଥିଲେ ଯେ ନିର୍ଦ୍ଦେଶକ ଦିଲୀପ ପଣ୍ଡା ତାଙ୍କର ସିନ୍‌ କାଟି ଶ୍ରେୟାଙ୍କୁ ଫିଲ୍ମରେ ଅଧିକ ଗୁରୁତ୍ୱ ଦେଇଛନ୍ତି।ଏମିତିକି ଶ୍ରେୟାଙ୍କ ଉପରେ ଗୀତଟିଏ ବି ରଖିଛନ୍ତି।

ସେ ଯାହା ହେଉନା କାହିଁକି ,ଏହା ତ ପୁରୁଣା କଥା ହୋଇଗଲାଣି। ଏବେ କିନ୍ତୁ ଶ୍ରେୟା ତାଙ୍କର ନୂଆ ସିନେମାକୁ ନେଇ ଚର୍ଚ୍ଚାରେ ରହିଛି। ସେ ଏକ ନୂଆ ସିନେମା ‘ମୋ’ ଜାନୁ ସୁପରଷ୍ଟାର୍‌’ରେ ନାୟିକା ଭୂମିକାରେ ଆସୁଛନ୍ତି। ଏହି ଫିଲ୍ମରେ ଶ୍ରେୟା ଜଣେ ନୂଆ ନାୟକଙ୍କ ବିପକ୍ଷରେ ନଜର ଆସିବେ।ଏହି ନାୟକଙ୍କ ନାଆଁ ହେଲା ସାର୍ଥକ। ଶ୍ରେୟାଙ୍କୁ ଦର୍ଶକ ‘ତୁ ମୋ’ ସୁନା ଚଢେଇ’ରେ ଜ୍ୟୋତିଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ।

ମୋ’ ଜାନୁ ସୁପରଷ୍ଟାର୍‌’ଏକ ରୋମାଣ୍ଟିକ୍‌ ଫିଲ୍ମ। ଏଥିରେ ନିଜର ଚରିତ୍ରକୁ ନେଇ ନାୟିକା ଶ୍ରେୟା ବେଶ୍‌ ଉତ୍ସାହିତ। ସବୁଠାରୁ ବଡ଼ କଥା ହେଲା ଯେ ଏହି ସିନେମାରେ ତାଙ୍କୁ ସୋଲୋ ହିରୋଇନ୍‌ ରୋଲ୍‌ ମିଳିଛି।

ଏହି ଫିଲ୍ମର କାହାଣୀ ,ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଏସ୍‌.ଦିଲୀପ ପଣ୍ଡା। କେ.ତମନ୍ନା ଏହାର ପ୍ରଯୋଜକ। ଏହାର ସଂଳାପ ଲେଖିଛନ୍ତି ଡ଼ ରଜନୀରଂଜନ। ବୈଦ୍ୟନାଥ ଦାସ ଏହାର ସଙ୍ଗୀତ ନିର୍ଦ୍ଦେଶକ। ‘ମୋ’ ଜାନୁ ସୁପରଷ୍ଟାର୍‌’ରେ ସାର୍ଥକ ଓ ଶ୍ରେୟାଙ୍କ ବ୍ୟତୀତ ହରିହର ମହାପାତ୍ର ଓ ବାବୁ ପ୍ରଧାନ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.