April 25, 2024

ଜାତିସଂଘ ପକ୍ଷରୁ ସମ୍ମାନ ଭି ଆଓ୍ୱାର୍ଡରେ ପୁରସ୍କୃତ ହେଲେ ଓଡିଆ ଝିଅ ଶାଳିନୀ

1 min read
Shalini-Sahu-Aajira-Odisha

କୁହାଯାଏ ଝିଅ ଜନ୍ମ ପରଘରକୁ । ସେଥିପାଇଁ ବାପା ମା’ ମାନେ ଝିଅଙ୍କୁ ପାଠ ପଢାନ୍ତି ନାହିଁ କିମ୍ବା ନିଜ ଗୋଡ଼ରେ ଠିଆ ହେବା ପାଇଁ ସୁଯୋଗ ଦିଅନ୍ତି ନାହିଁ । ଆଜିର ସମାଜ ସବୁବେଳେ ଝିଅ ମାନଙ୍କୁ ଦାବି ରଖିବାକୁ ଚେଷ୍ଟା କରେ । କିନ୍ତୁ ଏବେ ଦିନକୁ ଦିନ ସେହି ଝିଅମାନେ ଦେଶର ତଥା ଜାତିର ନାଁ ରଖୁଛନ୍ତି । ଝିଅମାନଙ୍କ ପାଇଁ ଦେଶ କିମ୍ବା ରାଜ୍ୟ ଆଜି ଗର୍ବ ମଧ୍ୟ କରୁଛି ।

ସାରା ବିଶ୍ୱରୁ ମୋଟ୍‌ ୮ ଜଣ ଝିଅଙ୍କୁ ଆଜି ଜାତିସହଂଘରେ ସମ୍ମାନିତ କରାଯାଇଛି । ସେହି ୮ଜଣଙ୍କ ମଧ୍ୟରେ ଓଡ଼ିଶାର ମଧ୍ୟ ଜଣେ ଝିଅ ଅଛନ୍ତି । ସେ ହେଉଛନ୍ତି ନୂଆପଡ଼ାର ଶାଳିନୀ ସାହୁ । ବାଲ୍ୟ ବିବାହ ଭଳି କୁପ୍ରଥାକୁ ସେ ସମାଜରୁ ଦୂର କରିବାକୁ ଚେଷ୍ଟା କରିଛନ୍ତି । ଏମିତିକି ତାଙ୍କ ଉଦ୍ୟମ ଫଳରେ ୧୦ ରୁ ଅଧିକ ବାଲ୍ୟ ବିବାହକୁ ରୋକା ଯାଇପାରିଛି । ଏହି ପରିପ୍ରେକ୍ଷୀରେ ତାଙ୍କୁ ଜତିସଂଘ ପକ୍ଷରୁ ସମ୍ମାନିତ କରାଯାଇଛି । ଜାତିସଂଘର ମର୍ଯ୍ୟାଦାଜନକ ସମ୍ମାନ ଭି ଆଓ୍ୱାର୍ଡରେ ତାଙ୍କୁ ପୁରଷ୍କୃତ କରାଯାଇଛି ।

ହିନ୍ଦୀରେ ସ୍ନାତକ ପଢୁଥିବା ଶାଳିନୀ ନିଜ ଗାଁ ତଥା ଆଖପାଖରେ ବାଲ୍ୟ ବିବାହର ଯାତନାକୁ ଦେଖି ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଥିଲେ । ପରେ ଏହାକୁ ରୋକିବା ପାଇଁ ସେ ଏ ଦିଗରେ କାମ କରୁଥିବା ସେଭ୍‌ ଦ ଚିଲଡ଼୍ରେନ ଓ ଆଶା ଓଡ଼ିଶା ସଂଗଠନ ସହ ଯୋଡ଼ି ହୋଇଥିଲେ । ପରେ ଏହାର ପ୍ରଭାବରେ ସେ ଅଧିକ ଅନୁପ୍ରାଣିତ ହୋଇ ବାଲ୍ୟ ବିବାହ ରୋକିବା ପାଇଁ ଅଧିକ ଅନୁପ୍ରାଣିତ ହୋଇଥିଲେ । ପରେ ସେ ପଂଚାୟତ ଓ ବ୍ଲକ ସ୍ତରରେ ସଂଗଠନ କରିବା ଆରମ୍ଭ କରିଥିଲେ । ଅନ୍ୟାନ୍ୟ କିଶୋରୀ ମହାସଂଘ ଓ ମଦର ଟେରସା ବାଳିକା ସଂଘ ଗଢି ସେ କିଶୋରୀମାନଙ୍କ ବିଭିନ୍ନ ସମସ୍ୟା ଉପରେ ଚର୍ଚ୍ଚା ଆରମ୍ଭ କରିଥିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.