April 16, 2024

ପାର୍ଲାମେଣ୍ଟ କ୍ୟାଣ୍ଟିନରେ ମିଳୁଛି ଖାଣ୍ଟି ଓଡ଼ିଆ ଖାଦ୍ୟ

1 min read
Odia-foods-in-Parliament-canteen

ନୂଆଦିଲ୍ଲୀ: ପାର୍ଲାମେଣ୍ଟ କ୍ୟାଣ୍ଟିନରେ ମିଳୁଛି ଖାଣ୍ଟି ଓଡ଼ିଆ ଖାଦ୍ୟ । ଓଡିଶାର ପୁରପଲ୍ଲୀ ଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଗୁଡ଼ିଆ ଦୋକାନରେ ମିଳୁଥିବା ବିରି ବରା, ଏଣ୍ଡୁରି ପିଠା, ନିମକି, ପିଆଜି ଅଥବା ଆଳୁଚପ୍‌ ସବୁ ମିଳୁଛି ଏବେ ରାଜଧାନୀ ପାର୍ଲାମେଣ୍ଟରେ । ଏହା ସହିତ ଅଛି ସବୁ ଓଡ଼ିଆଙ୍କ ପ୍ରିୟ, ଅତି ଆପଣାର ଛେନା ପୋଡ଼ ଓ ଛେନାଗଜା ମଧ୍ୟ।
ସପ୍ତାହକୁ ଥରେ ବିଭିନ୍ନ ରାଜ୍ୟର ଖାଦ୍ୟ ମିଳୁଛି । ଏ ସଂପର୍କରେ ସାଂସଦ ବୈଜୟନ୍ତ ପଣ୍ଡା ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ତେବେ ଏହି ଖାଦ୍ୟଗୁଡିକର ଦର ପୂର୍ବ ତୁଳନାରେ ଅଧିକ ରହିଛି । କ୍ୟାଣ୍ଟିନରେ ସବସିଡିକୁ ନେଇ ମୋର ସ୍ୱର ଉତ୍ତୋଳନ ପରେ ଏହି ଦର ବୃଦ୍ଧି ହୋଇଛି ବୋଲି ସେ ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.