May 19, 2024

ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ରୋକିବାକୁ ଅଡ୍‌ ଇଭିନ୍‌ ନମ୍ବର ଗାଡ଼ି ଚଳାଇବାର ବ୍ୟବସ୍ଥା

1 min read
Delhi-Air-Pollution-Aajira-Odisha

ଆଓରି-ନୂଆଦିଲ୍ଲୀ(୧/୧୧) : ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ବୁଧବାର ସୁଦ୍ଧା ଏଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୩୬୬ ଥିବା ରେକର୍ଡ କରାଯାଇଥିଲା। ଏହା ଅତ୍ୟଧିକ ପ୍ରଦୂଷିତ ସ୍ତର ବୋଲି ବିବେଚନା କରାଯାଏ। ଗୁରୁବାର ଏନ୍‌ଭାର୍ଣ୍ଣୋମେଣ୍ଟ ପଲ୍ୟୁଶନ କଣ୍ଟ୍ରୋଲ୍‌ ଅଥରିଟି(ଇପିସିଏ)ଏହା ଉପରେ ଆଲୋଚନା କରିଛନ୍ତି। ଆଜିଠାରୁ ଦିଲ୍ଲୀରେ ଅଡ୍‌ ଇଭିନ୍‌ ନମ୍ବର ଗାଡ଼ି ଚଳାଇବାର ବ୍ୟବସ୍ଥା କରାଯାଇଛି। ଏହାସହ ବ୍ୟକ୍ତିଗତ ଗାଡ଼ି କମ୍‌ ଚଲାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କହିଛି ଇପିସିଏ । ସୂଚନାଯୋଗ୍ୟ, ଇତି ମଧ୍ୟରେ ରାଜଧାନୀର ହସ୍ପିଟାଲରେ ବାୟୁ ପ୍ରଦୂଷଣ ଜନିତ ଶ୍ୱାସ ପ୍ରଶ୍ୱାସ କ୍ରିୟାରେ ପୀଡିତ ଥିବା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଛି। ଦିନକୁ ଅତି କମ୍‌ରେ ୨୦ ଜଣ ରୋଗୀ, ଆଲର୍ଜି, ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା ଓ କଫ ଜନିତ ସମସ୍ୟାରେ ପୀଡିତ ହୋଇଥିବା ଅଭିଯୋଗ କରିଛନ୍ତି। ତେଣୁ ଡାକ୍ତର ଶିଶୁ ଓ ବୃଦ୍ଧ ବ୍ୟକ୍ତିଙ୍କୁ ଯଥା ସମ୍ଭବ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.