April 25, 2024

ନୂଆପଡା ଜିଲ୍ଲାପାଳ ଦେଶର ଦ୍ୱିତୀୟ ଶ୍ରେଷ୍ଠ ପ୍ରଶାସକ

1 min read

ଓଡ଼ିଶାର ନୂଆପଡା ଜିଲ୍ଲାପାଳ ଡ.ପୋମା ଟୁଡୁ ଦେଶର ଶ୍ରେଷ୍ଠ ପ୍ରଶାସକ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଯୁବ ଆଇଏଏସ ଅଫିସର ଡ.ପୋମା ଟୁଡୁଙ୍କ କାର୍ଯ୍ୟଶୈଳୀ ତଥା ସରକାରଙ୍କ ଜନକଲ୍ୟାଣ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇଇବାରେ ଭୂମିକାକୁ ପ୍ରଶଂସା କରିଛନ୍ତି ସରକାର। ଆଦିବାସୀଙ୍କ ଦୁଃଖ ବୁଝିବା ପାଇଁ ହାତରେ ଲାଠି ଧରି ୪ କିଲୋମିଟର ପାହାଡ ଚଢି ଦୁର୍ଗମ ଅଂଚଳ ଖଡିଆଳ ବ୍ଲକ ରାନିମୁଣ୍ଡା ପଂଚାୟତର ସମାଟପଦରରେ ପହଞ୍ଚି ଚର୍ଚ୍ଚାକୁ ଆସିଥିଲେ ପୋମା ଟୁଡୁ । ସେ କରିଥିବା ଏହି ଉଦ୍ୟମ ଆଜି ତାଙ୍କୁ ଏହି ସ୍ଥାନର ଅଧିକାରୀ କରିଛି । ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଯୁବ ଆଇଏଏସ ଅଧିକାରୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା।
ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ବୈଠକରେ ଡକ୍ଟର ପୋମା ଟୁଡୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏ ନେଇ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.