ଜିଲ୍ଲା

ଚେନ୍ନାଇରେ ନୂଆଁଖାଇ ଭେଟଘାଟ

ଚେନ୍ନାଇ : ନୂଆଖାଇ ଆୟୋଜକ କମିଟି ପକ୍ଷରୁା ଚେନ୍ନାଇରେ ନୂଆଖାଇ ଭେଟଘାଟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ସରକାରଙ୍କ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି, ଚେନ୍ନାଇସ୍ଥିତ ଆର୍‌ବିଆଇର ଷ୍ଟାଫ ପ୍ରଶିକ୍ଷଣ କଲେଜର ଅଧ୍ୟକ୍ଷ ଡ. ରବିନାରାୟଣ ମିଶ୍ର ସମ୍ମାନିତ ଅତିିଥି ଭାବରେ ଯୋଗ ଦେଇଥିଲେ। ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ସହିତ ଜଗନ୍ନାଥଙ୍କ ପୂଜା ଓ ତାମିଲ ଛାତ୍ରଙ୍କ ଏକ ଦଳ ଦ୍ୱାରା ଆବାହନୀ ନୃତ୍ୟରୁ କାର୍ଯ୍ୟାକ୍ରମର ଶୁଭାରମ୍ଭ ହୋଇଥିଲା।
ନୂଆଖାଇ ଆୟୋଜକ କମିଟିର ସଭାପତି ବନବିହାରୀ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ସଂପାଦକ ରତନ ଚାନ୍ଦ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଏ ଅବସରରେ ତାଙ୍କ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ଅମାତ କହିଲେ ଯେ, ନୂଆଖାଇର ବିଶେଷତ୍ୱ ଯେତିକି ମହାନ, ସେତିକି ମହାନ ଏହାର ସୁଦୂର ପ୍ରସାରୀ ପ୍ରଭାବ। ଆଜି ଓଡ଼ିଶା ବାହାରେ ନୂଆଖାଇ ଓଡ଼ିଆଙ୍କୁ ଏକତ୍ରିତ କରୁଛି ତଥା ଓଡ଼ିଶାର ମହାନ ସଂସ୍କୃତିର ବାର୍ତ୍ତା ଦେଉଛି। ଡ. ରବିନାରାୟଣ ମିଶ୍ର ନୂଆଖାଇ ଭେଟଘାଟରେ ‘ଜୁହାର’ ଏବଂ ସମଲେଶ୍ୱରୀ ପୂଜାର ମହତ୍ୱ ବର୍ଣ୍ଣନା କରିଥିଲେ। ସମ୍ବଲପୁରର ବଜନିଆ ଦଳ ଶଶାଙ୍କ ଶେଖର ଦୁବେଙ୍କ ନେତୃତ୍ୱରେ ସମ୍ବଲପୁରୀ ନୃତ୍ୟଗୀତ ପରିବେଷଣ କରିଥିଲେ। ଏ ଅବସରରେ ପାଂରପରିକ ସମ୍ବଲପୁରୀ ଖାଦ୍ୟ ପରିବେଷିତ ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button