ଅପରାଧ

ଏନକାଉଣ୍ଟରରେ ଆହତ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ବିଲୁ ଖାନ

ଆଓରି-ଭୁବନେଶ୍ଵର(୧୯/୧୧) : ଅନୁଗୁଳ ପୁଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଲୁ ଖାନ ଆହତ ହୋଇଛି। ତାର ବାମ ଗୋଡରେ ଗୁଳି ବାଜିଛି। ତାକୁ ପ୍ରଥମେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବିଲୁର ଅନ୍ୟ ୨ଜଣ ସହଯୋଗୀ ଖସି ପଳାଇଥିବା ସୂଚନା ମିଳିଛି। ସେମାନେ ରନ୍ତଳେଇ ପେଟ୍ରୋଲ ପମ୍ପ ଲୁଟ କରିବାକୁ ଯୋଜନା କରୁଥିବାର ଜଣାପଡିଛି।

ସୂଚନାଯୋଗ୍ୟ ଯେ, ରବିବାର ରାତି ୧ଟା ସମୟରେ ଡେରଜେଙ୍ଗ ପ୍ରୋଜେକ୍ଟ ନିକଟ​‌ରେ ୨୪ଘଣ୍ଟିଆ ପାଟ୍ରୋଲିଂ କରୁଥିବା ଜଣେ ଯବାନଙ୍କ ଉପରକୁ ଦୁବୁର୍ତ୍ତମାନେ ଗୁଳି ଚଳାଇଥିଲେ। ମାତ୍ର ଗୁଳିଟି ତାଙ୍କ ବାଇକ ଚକରେ ବାଜିଥିଲା। ଏହାପରେ ସେମାନେ ପାଲଟା ଗୁଳି ଚାଳନା କରିଥିଲା। ସେଥିରେ ବିଲୁ ଗୁରୁତର ହୋଇଥିବା ବେଳେ ତାର ଅନ୍ୟ ସହଯୋଗୀ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ବିଲୁର ବାମ ଗୋଡରେ ଗୁଳି ବାଜିବାରୁ ପୁଲିସ ତାକୁ କାବୁ କରି ନେଇଥିଲା। ତାର ଅନ୍ୟ ସହଯୋଗୀ ଦୁଇ ଜଣ ହେଲେ ରାଜା ଓ ବୁଲୁ। ବିଲୁ ନାମରେ ଅନେକ ଥାନାରେ ବିଭିନ୍ନ ଅପରାଧିକ ମାମଲା ରହିଥିବାର ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button