ଆନ୍ତର୍ଜାତୀୟପ୍ରବାସୀ ଓଡିଆ

ଉତ୍ତର କୋରିଆକୁ ପରମାଣୁ ସାମଗ୍ରୀ ଯୋଗାଉଛି ପାକିସ୍ତାନ!

ନୂଆଦିଲ୍ଲୀ: ପାକିସ୍ତାନ ଉତ୍ତର କୋରିଆକୁ ପରମାଣୁ ସାମଗ୍ରୀ ଯୋଗାଉଛି ବୋଲି ଆମେରିକାର ଗୁଇନ୍ଦା ସଙ୍ଗଠନ ସିଆଇଏ ଭାରତର ଗୁଇନ୍ଦା ସଂସ୍ଥା ‘ର’କୁ ଅବଗତ କରାଇଛି।
ସିଆଇଏ ରିପୋର୍ଟରୁ ପ୍ରକାଶ, ପାକିସ୍ତାନ ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଙ୍ଘନ କରି ଜାହାଜଦ୍ୱାରା ଉତ୍ତର କୋରିଆକୁ ପରମାଣୁ ସାମଗ୍ରୀ ରପ୍ତାନି କରୁଛି। ପରମାଣୁ ବୋମା ନିର୍ମାଣରେ ଆବଶ୍ୟକ ୟୁରାନିୟମ ଓ ପ୍ଲୁଟୋନିୟମ ଭଳି ଅତ୍ୟନ୍ତ କଠିନ ଧାତୁକୁ ରିଫାଇନ କରିବା ପାଇଁ ଚୀନ୍‌ ଦେଉଥିବା ଭିଆଇଏମ୍‌ ଫର୍ଣ୍ଣେସକୁ ଚୀନ୍‌ର ସନଟେକ୍‌ ଟେକ୍ନୋଲୋଜି କମ୍ପାନି ପାକିସ୍ତାନକୁ ପଠାଇବା ପରେ ଏହାକୁ ପାକିସ୍ତାନ ନିଜ ପଣ୍ୟ ଜାହାଜରେ ଉତ୍ତର କୋରିଆକୁ ପଠାଉଛି। ଏହାଛଡ଼ା ପାକିସ୍ତାନ ନିଜ ପକ୍ଷରୁ ଉତ୍ତର କୋରିଆର ପରମାଣୁ ଅସ୍ତ୍ରଶସ୍ତ୍ର ଉତ୍ପାଦନ ନିମନ୍ତେ ଆବଶ୍ୟକ ହେଉଥିବା କିଛି ସାମଗ୍ରୀ ଯୋଗାଇ ଦେଉଛି ବୋଲି ସିଆଇଏ ଉଲ୍ଲେଖ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button