ରାଜ୍ୟ

ନୋବେଲ୍ ପୁରସ୍କାର୍ ବିଜେତା କୈଳାଶ ସତ୍ୟାର୍ଥୀଙ୍କୁ ଦୁବାଇଠାରେ ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ

ଆଓରି-ନୂଆଦିଲ୍ଲୀ(୦୬/୦୨) : ୟୁନାଇଟେଡ଼୍ ଆରବ ଏମିରେଟ୍ସ୍ – ୟୁଏଇ ଗସ୍ତରେ ଥିବା ନୋବେଲ୍ ପୁରସ୍କାର୍ ବିଜେତା ତଥା ବଚପନ ବଚାଓ ଆନ୍ଦୋଳନ ପୁରୋଧା କୈଳାଶ ସତ୍ୟାର୍ଥୀଙ୍କୁ ଦୁବାଇଠାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବହୁସଂଖ୍ୟକ ପ୍ରବାସୀ ଓଡ଼ିଆ ପରିବାରଙ୍କ ସମାଗମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିଶୁମାନଙ୍କ ଚକ୍ଷୁରେ ବିଶ୍ୱକୁ ଦେଖିବାର ସୁଯୋଗ ଅନନ୍ୟ ବୋଲି କହିଥିଲେ କୈଳାଶ। ଏହି ଦୃଶ୍ୟରେ ବିଶ୍ୱ ସୁନ୍ଦର ପରିଦୃଶ୍ୟ ହୋଇଥାଏ। ଶୈଶବର ମଧ୍ୟ ମୂଲ୍ୟବୋଧ ରହିଛି। ସରଳତା, ପାରଦର୍ଶିତା, କ୍ଷମା ଭଳି ଗୁଣ ମଣିଷକୁ ଭବିଷ୍ୟତରେ ସହାୟକ ହୋଇଥାଏ। ଏଣୁ ଶିଶୁମାନଙ୍କୁ ପଢ଼ାଇବା ସହିତ ସେମାନଙ୍କ ଠାରୁ କିଛି ଶିଖିବାର ମଧ୍ୟ ରହିଛି। ଏମାନଙ୍କ ଠାରୁ ଜୀବନର ମୂଳ ଉପାଦାନ, ସାହସ, ପବିତ୍ରତା ପ୍ରତିଫଳିତ ହୋଇଥାଏ ବୋଲି ସେ କହିଥିଲେ।

ଏହି ଅବସରରେ ଶ୍ରୀ ସତ୍ୟାର୍ଥୀଙ୍କୁ ସ୍ମାରିକା, ସମ୍ବଲପୁରୀ ଅଙ୍ଗବସ୍ତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବରପାଲିର ଝିଅକୁ ବୋହୂ କରିଥିବା ଶ୍ରୀ ସତ୍ୟାର୍ଥୀ ୮୭ ହଜାର୍ ଶିଶୁଙ୍କୁ ଶୋଷଣରୁ ମୁକ୍ତ କରିବା ସହିତ ଶିଶୁମାନଙ୍କ ପାଇଁ ଶିକ୍ଷା ଓ ଥଇଥାନ ସକାଶେ ସଫଳ ମୋଡ଼େଲ୍ ତୟାର୍ କରି ଶ୍ରୀ ସତ୍ୟାର୍ଥୀ ଇଞ୍ଜିନିୟରିଂ ଚାକିରି ଛାଡ଼ି ଆଜି ମଧ୍ୟ ସେବା ମାର୍ଗରେ ଅଭିଯାତ୍ରୀ ଭାବେ ସରଳ ଜୀବନଯାପନ କରୁଛନ୍ତି।  ଏଲ୍ ଏଣ୍ଡ୍ ଟି ମେନେଜର୍ ଦୀପକ ନାୟକ ସାହସ, ପ୍ରତିବଦ୍ଧତା ଏବଂ ଦୂରଦୃଷ୍ଟି ସମ୍ପନ୍ନତାର ଶ୍ରୀ ସତ୍ୟାର୍ଥୀ ପ୍ରତୀକ ଅଟନ୍ତି ବୋଲି କହିଥିବା ବେଳେ ମଧ୍ୟପ୍ରାଚ୍ୟ ଏନ୍ଭେଂଟ୍ ଇଲେକ୍ଟ୍ରିକାଲ ନିର୍ଦ୍ଦେଶକ ମାନସ ପଣ୍ଡା ଶିଶୁମାନଙ୍କୁ ଶୋଷଣ ଓ ବନ୍ଧନ ମୁକ୍ତ କରିବା ପାଇଁ ଶ୍ରୀ ସତ୍ୟାର୍ଥୀ ଚଲାଇଥିବା କେମ୍ପେନ୍ ବିଶ୍ୱର ଆଖି ଖୋଲି ଦେଇଛି ବୋଲି କହିଥିଲେ। ଶେଷରେ ବିଆଇଏଲଟି-ମଧ୍ୟପ୍ରାଚ୍ୟର ବୈଷୟିକ ମୁଖ୍ୟ ଶୁଭେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button