ପାଟକୁରାରେ ବୁଥ୍ ଜବରଦଖଲ ଆଶଙ୍କା, ୧୫୮ ବୁଥ୍ରେ ନାହିଁ ସିସିଟିଭି: ଲେଖାଶ୍ରୀ
1 min read
ଆଓରି-ଭୁବନେଶ୍ଵର(୧୯/୦୭) : ପାଟକୁରା ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି । ସାରା ରାଜ୍ୟର ସବୁ ନେତା ଓ ମନ୍ତ୍ରୀ ଏବେ ପାଟକୁରାରେ ଡେରା ପକାଇଛନ୍ତି । ସାରା ରାଜ୍ୟର ରାଜନୀତି ଭବିଷ୍ୟତ ଯେମିତି ପାଟକୁରା ନିର୍ବାଚନ ଉପରେ ନିର୍ଭର କରେ । ତେବେ ଏହି ହାଇଭୋଲ୍ଟେଜ୍ ଲଢେଇରେ କିଏ ବାଜି ମାରୁଛି ତାହା ଜୁଲାଇ ୨୪ ତାରିଖରେ ଜଣାପଡ଼ିବ । ହେଲେ ଭୋଟ ଦାନକୁ ଆଉ ଗୋଟିଏ ଦିନ ବାକି ଥିବା ବେଳେ ବିଜେପି ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଲେଖାଶ୍ରୀ ଅଭିଯୋଗ କରିଛନ୍ତି ଯେ, ପାଟକୁରାରେ ବୁଥ୍ କ୍ୟାପ୍ଚରିଂ କରିବାକୁ ଯୋଜନା ଚାଲିଛି । ୧୫୮ଟି ବୁଥ୍କୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଥିଲେ ମଧ୍ୟ ସେଠାରେ ସିସିଟିଭି ନାହିଁ କିମ୍ବା କୌଣସି ସୁରକ୍ଷା ବ୍ୟବସ୍ଥା ମଧ୍ୟ ନାହିଁ । ଏନେଇ ସେ ରାଜ୍ୟ ନିର୍ବାଚନ ଅଧିକାରୀ (CEO)ଙ୍କ ନିକଟରେ ଫେରାଦ ହୋଇଛନ୍ତି ।
ଲେଖାଶ୍ରୀ ଆହୁରି ଅଭିଯୋଗ କରିଛନ୍ତି ଯେ, ନିୟମ ଅନୁଯାୟୀ ପ୍ରଚାର ଶେଷ ହୋଇସାରିଥିବା ବେଳେ ଏଯାଏ ବିଜେଡି ବିଧାୟକମାନେ ପାଟକୁରା ଛାଡ଼ିନାହାନ୍ତି । ବୁଥ୍ ଜବରଦଖଲର ଆଶଙ୍କା ମଧ୍ୟ ରହିଛି, ତେଣୁ ସମ୍ବେଦନଶୀଳ ବୁଥ୍ଗୁଡ଼ିକରେ ଅଧିକ କେନ୍ଦ୍ରୀୟ ଫୋର୍ସ ମୁତୟନ ପାଇଁ ବିଜେପି ପକ୍ଷରୁ ଦାବି କରାଯାଉଛି ।