ଶିକ୍ଷା

ନିଟ୍‌ ପରୀକ୍ଷାରେ କଳ୍ପନା କୁମାରୀ ଟପ୍ପର

ଆ.ଓ.ରି(ତା୫|୬)-ପ୍ରକାଶ ପାଇଛି ନିଟ୍ ରେଜଲ୍ଟ। ସିବିଏସ୍ଇର ଅଫିସିଆଲ ୱେବସାଇଟ cbseneet.nic.inରେ ଏହି ରେଜଲ୍ଟ ପ୍ରକାଶ ପାଇଛି। ବିହାରର କଳ୍ପନା କୁମାରୀ ଟପ୍ ରାଙ୍କ୍‌ ପାଇଛନ୍ତି। ସେ ୭୨୦ରୁ ୬୯୧ ନମ୍ବର ରଖିଛନ୍ତି।   ତେଲେଙ୍ଗାନାର ରୋହନ ପୁରୋହିତ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଦିଲ୍ଲୀର ହିମାଂଶୁ କୁମାର ତୃତୀୟ ସ୍ଥାନରେ ରହିଛନ୍ତି।

ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ କଟଅଫ୍ ମାର୍କ କମ୍‌ ରହିଛି। ମେଡିକାଲ ଏବଂ ବିଡିଏସ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଚଳିତ ବର୍ଷର କଟ୍ଅଫ୍ ରହିଛି ୧୧୯ ମାର୍କ। ଉର୍ତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମୋଟ ମାର୍କ ୭୨୦ ମଧ୍ୟରୁ ୧୧୯ରୁ ୬୯୧ ମଧ୍ୟରେ ମାର୍କ ରଖିଛନ୍ତି।

ଏସ୍‌ସି, ଏସ୍‌ଟି ଏବଂ ଓବିସି ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ କଟ୍ଅଫ୍ ମାର୍କ ୯୬ରୁ ୧୧୮ ମଧ୍ୟରେ ରହିଛି। ଗତବର୍ଷ ୨୦୧୭-୧୮ ବର୍ଷ ନାମଲେଖା ପାଇଁ କଟଅଫ୍ ମାର୍କ ୧୩୧ ରହିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button