April 12, 2024

ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ଙ୍କ ବିବାହ କୁ ନେଇ ପୂର୍ବ ପ୍ରେମିକାଙ୍କ ପ୍ରତିକ୍ରିୟା

1 min read

ଆଓରି-ନୂଆଦିଲ୍ଲୀ(୬/୯) : ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ଙ୍କ ନିର୍ବନ୍ଧ ଗତ ମାସରେ ସଂପନ୍ନ ହୋଇଥିବା ବେଳେ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ । ଦୁହେଁ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଥିବା ବେଳେ ଏବେ ନିକ୍‌ଙ୍କ ପୂର୍ବ ପ୍ରେମିକାଙ୍କ ପ୍ରତିକ୍ରିୟା ଆସିଥିବା ଜଣାପଡ଼ିଛି । ପ୍ରିୟଙ୍କାଙ୍କ ସହ ନିର୍ବନ୍ଧ କରିବା ପରେ ପରେ ସେ କିଛି କହି ନଥିବା ବେଳେ ଏବେ ସେ ସାମ୍ନାକୁ ଆସିଛନ୍ତି।

ନିର୍ବନ୍ଧ ପାଇଁ ସେ ନିକ୍‌ ଏବଂ ପ୍ରିୟଙ୍କାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଦୁଇ ଜଣଙ୍କ ପାଇଁ ସେ ଖୁସୀ ବୋଲି କହିଛନ୍ତି । ୨୦୧୨ରେ ମିସ୍‌ ୟୁନିଭର୍ସ ହୋଇଥିବା ଓଲିବିୟୋ କଳ୍ପୋ କହିଛନ୍ତି କି,ମୋତେ ଲାଗୁଛି କୌଣସି ସମୟରେ କିଏ ବି ନିଜ ପ୍ରେମକୁ ପାଇ ଯାଇଥାଏ । ଖାସ୍‌ କରି ଏହି ଇଣ୍ଡଷ୍ଟ୍ରିରେ ଏହା ସମ୍ଭବ । କିନ୍ତୁ ସଂପର୍କକୁ ସମ୍ଭାଳିବା ବହୁତ କଷ୍ଟ । ଏହି ଇଣ୍ଡଷ୍ଟ୍ରିରେ ସଂପର୍କ ଭାଙ୍ଗିବାର ଅନେକ ଉଦାହରଣ ରହିଛି । କିନ୍ତୁ  ମୁଁ ତାଙ୍କ ପାଇଁ ଖୁସି । ମୋର ଆଶା ସମସ୍ତଙ୍କୁ  ଭଲପାଇବା ଏବଂ ଖୁସି ମିଳୁ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.