ଖେଳ

ଭାରତକୁ୨୪୦ ରନ୍ ବିଜୟ ଲକ୍ଷ ଦେଲା ନ୍ୟୁଜିଲାଣ୍ଡ

ଆଓରି-ନୂଆଦିଲ୍ଲୀ(୧୦/୦୭) : କ୍ରିକେଟ ବିଶ୍ଵକପରେ ବର୍ଷା ବାଧାପ୍ରାପ୍ତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ ବୁଧବାର ପୁଣି ଆରମ୍ଭ ହୋଇଛି। ବୁଧବାର ୪୬.୧ ଓଭରରୁ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୫୦ ଓଭରରେ ୨୩୯ ରନ କରିବାରେ ସକ୍ଷମ ହୋଇଛି। ଫଳରେ ଭାରତ ବିଜୟ ଲକ୍ଷ୍ୟ ହାସଲ ପାଇଁ ୨୪୦ ରନ ଦରକାର।

ମଙ୍ଗଳବାର ନ୍ୟୁଜିଲାଣ୍ଡ ୪୬.୧ ଓଭର ଖେଳି ୫ ଉଇକେଟ ବିନିମୟରେ ୨୧୧ ରନ କରିଥିଲା। ଏହି ସମୟରେ ବର୍ଷା ହେବାରୁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। ଦଳ ପକ୍ଷରୁ ରସ୍‌ ଟେଲର ସର୍ବାଧିକ ୭୪ ରନ୍‌(୯୦ ବଲ) କରିଛନ୍ତି। ୪୮ତମ ଓଭରରେ ବୁମ୍‌ରାଙ୍କ ବଲରେ ୨ ରନ୍‌ ସଂଗ୍ରହ କରିବାକୁ ଉଦ୍ୟମ କରି ସେ ରବୀନ୍ଦ୍ର ଜାଡେଜାଙ୍କ ଦ୍ଵାରା ରନ୍‌ ଆଉଟ୍‌ ହୋଇଥିଲେ। ଟେଲରଙ୍କ ପରେ ଦଳ ପକ୍ଷରୁ ୱଲିୟମସନ୍‌ ୯୫ ବଲ୍‌ରେ ଦ୍ଵିତୀୟ ସର୍ବାଧିକ ୬୭ ରନ୍‌ କରିଥିଲେ।

ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ସର୍ବାଧିକ ୩ଟି ୱିକେଟ ନେଇଥିବାବେଳେ ରବୀନ୍ଦ୍ର ଜାଡେଜା, ୟୁଜଭେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button