ବିଶେଷ

ରସଗୋଲା ବିବାଦରେ ନୂଆ ମୋଡ଼

ଭୁବନେଶ୍ୱର (ଆଓରି) ୧୭-୩ : ପୁଣିଥରେ ଚର୍ଚ୍ଚାକୁ ଆସିଛି ରସଗୋଲା ବିବାଦ। ଗତବର୍ଷ ପଶ୍ଚିମବଙ୍ଗକୁ ବାଂଲା ରସଗୋଲା ନେଇ ଜିଆଇ ବା ଭୌଗଳିକ ଉତ୍ପତ୍ତି ମାନ୍ୟତା ମିଳିଥିବା ବେଳେ ନିକଟରେ ପଶ୍ଚିମବଙ୍ଗ ସରକାର ଚଞ୍ଚକତା କରି ଏହି ମାନ୍ୟତା ହାସଲ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ରିଜିଓନାଲ ଡେଭେଲପମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଏହା ବିରୋଧରେ ଜିଆଇ କାର୍ଯ୍ୟାଳୟରେ ଅବଜେକସନ୍‌ ପିଟିସନ୍‌ ଦାଖଲ କରିଛନ୍ତି। ତେଣୁ ପଶ୍ଚିମବଙ୍ଗକୁ ଆସନ୍ତା ୨ମାସ ଭିତରେ ନିଜର ପକ୍ଷ ରଖିବାକୁ ନିର୍ଦେଶ ଦିଆଯାଇଛି।

ସୂଚନା ଅନୁଯାୟୀ, ‘ବାଂଲା ରସଗୋଲା’ କ୍ଷେତ୍ରରେ କୌଣସି ପ୍ରତିଷ୍ଠାନ ଏଥିପାଇଁ ଆବେଦନ କରିନାହିଁ। ପଶ୍ଚିମବଙ୍ଗ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଓ ଉଦ୍ୟାନ ବିଭାଗ ନିଗମ ଏଥିପାଇଁ ଆବେଦନ କରିଥିଲା। ଏହାର ବିରୋଧରେ ରିଜିଓନାଲ ଡେଭେଲପମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ବୌଦ୍ଧିକ ସଂପତ୍ତି କାର୍ଯ୍ୟାଳୟରେ ଏକ ଅବଜେକସନ୍‌ ପିଟିସନ୍‌ ଦାଖଲ କରିଥିଲେ। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ୨ମାସ ମଧରେ ନିଜର ପକ୍ଷ ରଖିବାକୁ ଏଥିରେ ନିର୍ଦେଶ ଦିଆଯାଇଛି।

ଅପରପକ୍ଷରେ ‘ପୂଣ୍ୟ ଉତ୍କଳ’ ଓ ସାହିତ୍ୟ ପତ୍ରିକା ‘ଓଡ଼ିଶା ପର୍ବ’ ପକ୍ଷରୁ ରସଗୋଲା ବିବାଦକୁ ନେଇ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ତେବେ ଏହା ବିଚାରାଧୀନ ରହିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଗତମାସ ୨୩ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଓଡ଼ିଶା ରସଗୋଲା’ ନାଁରେ ଚେନ୍ନାଇସ୍ଥିତ ବୌଦ୍ଧିକ ସଂପତ୍ତି କାର୍ଯ୍ୟାଳୟରେ ଜିଆଇ ପାଇଁ ଆବେଦନ କରାଯାଇଛି। ରାଜ୍ୟ କ୍ଷୁଦ୍ର ଶିଳ୍ପ ବିଭାଗ ବା ଓଏସ୍‌ଆଇସି ପକ୍ଷରୁ ଏଥିପାଇଁ ଆବେଦନ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button