ବାଣିଜ୍ୟ

ଟାଟା ମୋଟର୍ସ ପକ୍ଷରୁ ନୂଆ ଏସ୍‌ୟୁଭି ‘ହେରିୟର୍‌’ ଉନ୍ମୋଚିତ

ଆଓରି-ଭୁବନେଶ୍ଵର(୦୬/୦୨) : କଟକର ପ୍ରତାପନଗରୀ ଠାରେ ଥିବା ଗୁଗ୍‌ନାନି ଅଟୋକାରସ୍‌ରେ ଟାଟା ମୋଟର୍ସ ପକ୍ଷରୁ ଏହାର ନୂଆ ଏସ୍‌ୟୁଭି ‘ହେରିୟର୍‌’କୁ ଉନ୍ମୋଚନ କରାଯାଇଛି। ଏହାର ଏକ୍ସ ସୋ’ରୁମ୍ ଦର ୧୨ ଲକ୍ଷ ୬୯ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ହେରିୟର୍‌ରେ ସର୍ବୋଚ୍ଚ ସ୍ତରର ସୁରକ୍ଷା ବ୍ୟବସ୍ଥା ରହିଛି। ‌ଲ୍ୟାଣ୍ଡ୍‌ରୋଭର୍‌ର ପ୍ରସିଦ୍ଧ ଡି୮ ପ୍ଲାଟଫର୍ମରେ ଏହାକୁ ବିକଶିତ କରାଯାଇଛି। ଭାରତୀୟ ପରିବେଶ ନିମନ୍ତେ ହେରିୟର୍‌କୁ ପ୍ରସ୍ତୁ୍ତ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ପ୍ରକାର ରାସ୍ତାରେ ୨.୨ ନିୟୁତ କିଲୋମିଟର ପର୍ଯ୍ୟନ୍ତ ଏହାର ପରୀକ୍ଷଣ କରାଯାଇଛି। କଂପାନିର ପୁନେ ଠାରେ ଥିବା କାରଖାନାରେ ହେରିୟର୍‌କୁ ନିର୍ମାଣ କରାଯିବ। ଏଥିରେ ୬ଟି ଏୟାରବ୍ୟାଗ୍‌ ରହିଛି। ଏଥିରେ ୮.୮ ଇଞ୍ଚ୍‌ର ଟଚ୍‌ସ୍କିନ୍ ଇନ୍‌ଫୋଟେନ୍‌ମେଣ୍ଟ୍‌ ବ୍ୟବସ୍ଥା ରହିଛି। ଏହି ଅବସରରେ କଂପାନିର ଆଞ୍ଚଳିକ ପ୍ରବନ୍ଧକ ଶିଶିର ଶ୍ରୀବାସ୍ତବ, ଡିଲର୍‌ ପ୍ରିନ୍‌ସିପାଲ୍‌ (ଗୁଗ୍‌ନାନି ଅଟୋକାରସ୍‌) ରଞ୍ଜନ ଗୁଗ୍‌ନାନି, ବରିଷ୍ଠ ପ୍ରବନ୍ଧକ ରାଜ୍‌ ଭଟ୍ଟ, ସିଦ୍ଧାର୍ଥ ସର୍‌ମାହ୍‌, ୟଶନୀତ୍‌ ଗୁଗ୍‌ନାନି ଓ ସମ୍‌ନୀତ୍‌ ଗୁଗ୍‌ନାନି ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button