Uncategorizedବିଶେଷ

୧୫୦୦୦ରୁ ନିମ୍ନରେ ମିଳୁଥିବା ନୂତନ ସ୍ମାର୍ଟଫୋନ

ଆଓରି-ନୂଆଦିଲ୍ଲୀ(୮/୭) : ବଜାରରେ ବର୍ତ୍ତମାନ ସ୍ମାର୍ଟଫୋନର ଚାହିଦା ବଢିବାକୁ ଲାଗିଛି | ଆଜିର ପିଢୀ ଅଧିକ ଫିଚର ସାଙ୍ଗକୁ ସେଲଫି ପାଇଁ ଡୁଆଲ କ୍ୟାମେରା ଥିବା ଫୋନ ବ୍ୟବହାର କରିବା ପାଇଁ ଚାହୁଁଛନ୍ତି | ଅର୍ଥ ଅଭାବରୁ କିଛି ବ୍ୟକ୍ତି ଏହି ଫୋନ କିଣିପାରୁନାହାନ୍ତି କାରଣ ବଜାରରେ ଏହି ଫୋନର ମୂଲ୍ୟ ୧୫୦୦୦/- ରୁ ଅଧିକ | କିନ୍ତୁ ବର୍ତ୍ତମାନ oppo, Lenovo,Redmi ନୂତନ ଫୋନ ନେଇଆସିଛି ଯାହାକି ମାତ୍ର ୯୦୦୦ ରୁ ଆରମ୍ଭ ଏବଂ ଏହାର ଫିଚର ମଧ୍ୟ ଉନ୍ନତ |

Oppo Realme 1 : ଏହି ଫୋନଟିର ମୂଲ୍ୟ ମାତ୍ର ୮୯୯୦/-  ରହିଥିବା ବେଳେ ଏହାର ଫିଚର ଆଶ୍ଚର୍ଯ୍ୟ ଜନକ  ରହିଛି | ୬ ଇଞ୍ଚର ଡିସପ୍ଲେ  ୩ଜିବି ରେମ ଏବଂ ୩୨ଜିବି ରମ ସହିତ ୧୩ ମେଗାପିକ୍ସେଲ ରିୟର କ୍ୟାମେରା ଓ ୮ ମେଗାପିକ୍ସେଲ ଫ୍ରଣ୍ଟକ୍ୟାମେରା ରହିଛି |

Redmi Y2 : ଏହି ଫୋନଟିର ମୂଲ୍ୟ ବଜାରରେ ମାତ୍ର ୯୯୯୯/- ଟଙ୍କା ହୋଇଥିଲା ବେଳେ ଏଥିରେ ୬ଇଞ୍ଚର ଡିସପ୍ଲେ, ୩ଜିବି ରେମ ସହ ୩୨ଜିବି ରମ ଏବଂ  ୧୨ ଓ ୫ ମେଗାପିକ୍ସେଲର ଡବଲ ରିୟର କ୍ୟାମେରା, ୧୬ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି |  

Lenovo K8 Plus:୫.୨ ଇଞ୍ଚର ଡିସପ୍ଲେ ସହ ୩ଜିବି ରେମ ସହ ୩୨ଜିବି ରମ ୧୩ ଓ ୫ ମେଗାପିକ୍ସେଲର ଡବଲ ରିୟର କ୍ୟାମେରା, ୮ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି |  ଏହିଫୋନ ବଜାରରେ ୯୯୯୯/- ରେ ଉପଲବ୍ଧ |

Related Articles

Leave a Reply

Your email address will not be published. Required fields are marked *

Back to top button