ରାଜ୍ୟ

ମୋଦି ସରକାରଙ୍କ ନୂତନ ପଦକ୍ଷେପ ଆଧାରକାର୍ଡ ଧାରକଙ୍କ ମାନେ କରାଇ ପାରିବେ ନିଜର ସ୍ଥାନ ପରିବର୍ତ୍ତନ

ଆଓରି-ନୂଆଦିଲ୍ଲୀ(୨/୮) :  ମୋଦି ସରକାର ଆଧାରକାର୍ଡ ଧାରକ ମାନଙ୍କ ପାଇଁ ନେଇଛନ୍ତି ଏକ ନୂତନ ପଦକ୍ଷେପ |  ୨୦୧୯ଠାରୁ ଭାରତୀୟ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରାଧିକରଣ କର୍ତ୍ତୃପକ୍ଷ(ୟୁଏଡିଏଆଇ) ଦ୍ଵାରା ଚଳିତ ହେବାକୁ ଯାଉଛି ଏକ ନୂତନ ପ୍ରକ୍ରିୟା ଯେଉଁଥିରେ ଆଧାରକାର୍ଡ ଧାରକ ମାନେ ସହଜରେ ନିଜର ସ୍ଥାନ ପରିବର୍ତ୍ତନ କରାଇ ପାରିବେ | ଆଧାରକାର୍ଡ ଧାରକ ମାନେ  କେବଳ ଏକ ପ୍ରମାଣପତ୍ର ଏବଂ ପିନ ମାଧ୍ୟମରେ ନିଜର ସ୍ଥାନ ପରିବର୍ତ୍ତନ କରାଇ ପାରିବେ | ଇଉଆଇଡ଼ିଏଆଇ ମାଧ୍ୟମରେ ମିଳିଥିବା ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆସନ୍ତା ଅପ୍ରେଲ ମାସ ଠାରୁ ଆରମ୍ଭ ହେବାକୁ ଯାଉଛି| ଆଇଡ଼ି ପ୍ରାପ୍ତ ପରେ ପରେ କାର୍ଡ ଧାରକ ନିଜର ପିନ ମାଧ୍ୟମରେ ଏସଏସଇଉପି ଅନଲାଇନ ପୋର୍ଟାଲ ମାଧ୍ୟମରେ ମଧ୍ୟ ସହଜରେ ନିଜର ସ୍ଥାନ ପରିବର୍ତନ କରାଇ ପାରିବେ|

ଏହି ପ୍ରାୟୋଗିକ ପରୀକ୍ଷଣ ଇଉଆଇଡ଼ିଏଆଇ ଜାନୁଆରୀ ୨୦୧୯ରେ ଆରମ୍ଭ କରିବ ଏବଂ ଅପ୍ରେଲ ୨୦୧୯ଠାରୁ ଏହା କାର୍ଯ୍ୟକାରୀ ହେବ| ଏହାଦ୍ଵାରା ଭଡାରେ ରହୁଥିବା ଲୋକେ ଏବଂ ନିଜ ସହର ଠାରୁ ଦୂରରେ ରହୁଥିବା ଲୋକ ମାନଙ୍କର ଅସୁବିଧା ଦୂର ହୋଇଯିବ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି |

 

Related Articles

Leave a Reply

Your email address will not be published. Required fields are marked *

Back to top button