ଜାତୀୟ

ଆସିବ ନୂଆ ଆଇନ୍‌: ବିଦେଶକୁ ଚମ୍ପଟ ମାରୁଥିବା ଋଣ ଖିଲାପକାରୀଙ୍କ ସମ୍ପତ୍ତି ହେବ ଜବତ

ଆଓରି(ତା୨୨|୪)-ଋଣ ଖିଲାପି କରି ଦେଶରୁ ଚମ୍ପଟ ମାରୁଥିବା ବ୍ୟକ୍ତିଙ୍କ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ଠକେଇ କରି ଦେଶରୁ ପଳାୟନ କରୁଥିବା ବ୍ୟକ୍ତିଙ୍କ ସମ୍ପତ୍ତି ଜବତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କିତ ଏକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛି। ଯାହାର ନାଁ ହେଉଛି ଫୁଜିଟିଭ ଇକୋନୋମିସ୍ ଅଫେଣ୍ଡର୍ ଅର୍ଡିନାନ୍ସ-୨୦୧୮।

ଋଣ ଖିଲାପ କରି ଦେଶକୁ ଫେରିବାକୁ ମନା କଲେ, ଶହେ କୋଟିରୁ ଅଧିକ ଋଣ ନେଇ ଇଚ୍ଛାକୃତ ଭାବେ ଋଣ ସୁଝି ନ ଥିଲେ ଓ  ସେହି ବ୍ୟକ୍ତିଙ୍କ ବିରୋଧରେ ଗିରଫ ପରଓ୍ୱାନା ଜାରି ହୋଇଥିବା ଭଳି କ୍ଷେତ୍ରରେ ଏହା ଲାଗୁ ହେବ। ପ୍ରିଭେନ୍ସନ୍‌ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଏହାକୁ କାର୍ଯ୍ୟକାରୀ କରାଯିବ। ଦୋଷୀ ସାବ୍ୟସ୍ତ ନ ହୋଇ ମଧ୍ୟ ଏପରି ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରାଯିବ ଓ ଋଣ ଦେଇଥିବା ସଂସ୍ଥାକୁ ପରିଶୋଧ କରାଯିବ। ସରକାରଙ୍କ ଏହି ଅଧ୍ୟାଦେଶକୁ ରାଷ୍ଟ୍ରପତି ଅନୁମୋଦନ କରିବା ପରେ ଏହା କାର୍ଯ୍ୟକାରୀ ହେବ।

ଦେଶରେ ହଜାର ହଜାର କୋଟି ଟଙ୍କା ଠକେଇ କରି ଆଇନ ଆଖିରୁ ବର୍ତ୍ତିବା ଲାଗି ବିଦେଶକୁ ଚମ୍ପଟ ମାରିଛନ୍ତି ବିଜୟ ମାଲ୍ୟା, ନିରବ ମୋଦି ଓ ମେହୁଲ ଚୋକ୍ସି ଭଳି ବ୍ୟକ୍ତି। ଭାରତୀୟ ଆଇନରୁ ବର୍ତ୍ତିବା ଲାଗି ସେମାନେ ଏପରି କରିଛନ୍ତି। ସେମାନେ ବିଦେଶରେ ଅୟସ୍ କରୁଥିବା ବେଳେ ସରକାର କିଛି କରିପାରୁ ନାହାନ୍ତି। ଏହାକୁ ରୋକିବା ଲାଗି କେନ୍ଦ୍ର ଏବେ କଡ଼ା ଆଇନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button