ଦେବାଶିଷ ସାଧାରଣ ସଂପାଦକ, ଚନ୍ଦ୍ରଶେଖର ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ, ବିକ୍ରମ ପଣ୍ଡା କନ୍ଧମାଳ ପର୍ଯ୍ୟବେକ୍ଷକ ନିଯୁକ୍ତ
1 min read
ଆଓରି(ତା୧୯|୪)- (ଓଡ଼ିଆ ପୁଅ) ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ବରି ବିଧାୟକ ଦେବାଶିଷ ନାୟକଙ୍କୁ ଦଳର ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଏବଂ ବିକ୍ରମ ପଣ୍ଡାଙ୍କୁ କନ୍ଧମାଳ। ଜିଲ୍ଲା ପାଇଁ ସହକାରୀ-ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ। ଶ୍ରୀ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି।