ଜାତୀୟ

ଦିଲ୍ଲୀ ମାଲବ୍ୟ ନଗରରେ ଥିବା ରବର ଗୋଦାମରେ ଅଗ୍ନିକାଣ୍ଡ

ଆ.ଓ.ରି(ତା୩୦|୫)-ଦିଲ୍ଲୀ ମାଲବ୍ୟ ନଗରରେ ଥିବା ରବର ଗୋଦାମରେ ଅଗ୍ନିକାଣ୍ଡ ଘଟଣାରେ ଏବି ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ଗୋଦାମରେ ହଠାତ ନିଆଁ ଲାଗି ଯାଇଥିଲା। ଏହାପରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ରାତିରେ ପ୍ରାୟ ୮୦ଟି ଦମକଳ ଗାଡି ନିଆଁ ଲିଭାଇବା ପାଇଁ ନିୟୋଜିତ କରାଯାଇଥିଲା।

ତେବେ ଦୀର୍ଘ ୧୫ ଘଣ୍ଟା ପରେ ମଧ୍ୟ ନିଆଁକୁ ଆୟତ କରିପାରି ନପାରିବା ପରେ ଶେଷରେ ବାୟୁ ସେନାର ସହାୟତା ଲୋଡା ଯାଇଥିଲା। ପରେ ବାୟୁସେନା ତରଫରୁ ହେଲିକପ୍ଟର ମାଧ୍ୟମରେ ପାଣି ପକାଯାଇ ନିଆଁକୁ ଆୟତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ତେବେ ମାଲବ୍ୟ ଅଂଚଳରେ ବେଆଇନ ଭାବେ ରବର ଗୋଦାମ କରାଯାଇଥିବା କୁହାଯାଉଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button