ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ଖୋଲିବ ସାଇବର ଥାନା
1 min read
ଆଓରି-ଭୁବନେଶ୍ଵର(୧୭/୦୬) : ରାଜ୍ୟରେ ଖୋଲିବ ଆଉ ୩ଟି ସାଇବର ଥାନା । ଭୁବନେଶ୍ୱର, ବାଲେଶ୍ୱର ଏବଂ ଜୟପୁରରେ ସାଇବର ଥାନା ପ୍ରତିଷ୍ଠା କରାଯିବ ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି।
ଭୁବନେଶ୍ୱରରେ ଆୟୋଜିତ ୩ ଦିନିଆ ସାଇବର ତଦନ୍ତ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମ ଅବସରରେ ଡିଜିପି ଆର୍.ପି. ଶର୍ମା ଏହି ସୂଚନା ଦେଇଛନ୍ତି । ଏହା ସହ ରାଜ୍ୟରେ ସାଇବର ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି । ଏହାକୁ ଦୃଷ୍ଠିରେ ରଖି ଏହି ପଦକ୍ଷେପ ନିଆଯାଇଛି । ତେଣୁ ଅଧିକ ସାଇବର ଥାନା ବଢ଼ାଇବା ସହ ଥାନାରେ ତଦନ୍ତ ଅଧିକାରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ପୋଲିସ୍ ଡିଜି କହିଛନ୍ତି ।