ଜାତୀୟ

ଜନଧନ ଖାତାଧାରୀଙ୍କ ପାଇଁ ନୂଆ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଓରି-ନୂଆଦିଲ୍ଲୀ(୧୩/୮) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ରତା ଦିବସରେ ଲାଲ କିଲା ପ୍ରାଚୀରରୁ ୩୨ କୋଟି ଜନଧନ ଜମାକାରୀଙ୍କ ପାଇଁ ବଡ଼ ଘୋଷଣା କରି ପାରନ୍ତି। ଜନଧନ ଜମାକାରୀଙ୍କ ଓଭର ଡ୍ରାପ୍ଟ ସୁବିଧାକୁ ପ୍ରଧାନମନ୍ତ୍ରୀ ମୋଦି ଦୁଇଗୁଣା କରିବା ପାଇଁ ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ବର୍ତ୍ତମାନ ସମୟରେ ଜନଧନ ଖାତାରେ ୫୦୦୦ଟଙ୍କାର ଓଭର ଡ୍ରାଫ୍ଟ ସୁବିଧା ରହିଛି। ଯାହାକୁ ବୃଦ୍ଧି କରାଯାଇ ୧୦,୦୦୦ ଟଙ୍କା କରିବାର ଘୋଷଣା କରାଯାଇପାରେ। ପ୍ରଧାମନ୍ତ୍ରୀଙ୍କ ଜନଧନ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଅଗଷ୍ଟ ୧୫ରେ ପୂରା ହେବାକୁ ଯାଉଛି। ଗତ ଚାରିବର୍ଷ ଭିତରେ ଏହି ଯୋଜନା ଜରିଆରେ ୩୨.୨୫କୋଟି ଜନଧନ ଖାତା ଖୋଲିଛି। ଏଥିରେ ୮୦, ୬୭୮.୮୨ କୋଟି ଟଙ୍କା ଜମା ରହିଛି। ଏଣିକି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ପାଇଁ ନୂଆ ଲକ୍ଷ୍ୟ ରଖିଛନ୍ତି।

ମୋଦି ସରକାର ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଶୁଭାରମ୍ଭ ଅଗଷ୍ଟ ୨୦୧୪ରେ କରିଥିଲେ। ଏହାର ପ୍ରଥମ ପର୍ଯ୍ୟାୟ ୨୦୧୫ ଅଗଷ୍ଟ ୧୪ରେ ପୂରା ହୋଇଥିଲା। ଏହା ବ୍ୟତୀତ ସରକାର ଅଟଳ ପେନ୍‌ସନ୍‌ ଯୋଜନା ଜରିଆରେ ପେନ୍‌ସନ୍‌ ଲିମିଟର ସୀମା ବି ୫,୦୦୦ ଟଙ୍କା ପ୍ରତି ମାସରେ ବୃଦ୍ଧି ପାଇ ୧୦,୦୦୦ଟଙ୍କା ହୋଇପାରେ ବୋଲି ବି ଘୋଷଣା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button