ଶରୀର ପାଇଁ ନିମ ପତ୍ର ଗୁଣ୍ଡର ଉପକାରିତା
1 min read
ସାଧାରଣତଃ ଏହା ସମସ୍ତେ ଜାଣନ୍ତି ଯେ, ନିମ୍ବର ଅନେକ ଔଷଧୀୟ ଗୁଣ ରହିଛି। ନିମ୍ବ କେବଳ ସ୍ବାସ୍ଥ୍ୟ ନୁହେଁ କେଶ ଓ ତ୍ଵଚା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ନିମ୍ବ ପତ୍ର ଗୁଣ୍ଡ ବ୍ୟବହାରରେ ଆମକୁ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ।
- ଟୁଥପେଷ୍ଟରେ ନିମ୍ବ ପାଉଡର ମିଶାଇ ଦାନ୍ତ ଘଷିଲେ ଦାନ୍ତ ସହ ଜଡ଼ିତ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ ।
- ନିମ୍ବ ପାଉଡରରେ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ କେଶରେ ଲଗାଇଲେ ରୂପି ଏବଂ କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ।
- ପ୍ରତିଦିନ ନିମ୍ବ ପାଉଡର ସେବନ କଲେ ରକ୍ତରେ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ ।
- ମୁହଁର ବ୍ରଣ ସମସ୍ୟା ଦୂର କରିବା ପାଇଁ ନିମ୍ବ ପାଉଡର୍ ଲଗାନ୍ତୁ ।
- ନିମ୍ବ ପାଉଡରରେ ହଳଦୀ ଏବଂ ପାଣି ମିଶାଇ କୁଣ୍ଡାଇ ହେଉଥିବା ଏବଂ ପୋଡୁଥିବା ସ୍ଥାନରେ ଲଗାଇଲେ ଉପଷମ ମିଳିଥାଏ ।
- ନିମ୍ବ ପାଉଡର ସେବନ କଲେ ରକ୍ତ ପରିସ୍କାର ହୋଇଥାଏ ।
- ପାଚନ ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ନିମ୍ବ ପାଉଡର ମୁକ୍ତି ଦେଇଥାଏ ।
- ଆଖି ତଳର କଳାଦାଗ ଦୂର କରିବାରେ ନିମ୍ବ ପାଉଡର ବିଶେଷ ଭାବେ ସହାୟକ ହୋଇଥାଏ।