ସ୍ୱାସ୍ଥ୍ୟ

ଏପରି କିଛି ଖାଦ୍ୟ ଶରୀର ପାଇଁ ନିତାନ୍ତ ଜରୁରୀ

ଆମର ଦୈନନ୍ଦିନ ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ଏପରି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ନିତାନ୍ତ ଜରୁରୀ ଅଟେ। କାରଣ ସେହି ସମସ୍ତ ଖାଦ୍ୟ ଆମ ଶରୀରକୁ ଉପଯୁକ୍ତ ପୋଷକ ଯୋଗାଇବା ସହ ଖାଦ୍ୟକୁ ଭଲ ଭାବେ ହଜମ କରାଇଥାଏ।

  • କାକୁଡ଼ି – ଜଳୀୟ ଅଂଶ ଅଧିକ ଥିବାରୁ ଏହା ସ୍ୱାସ୍ଥ୍ୟ ନିମନ୍ତେ ଖୁବ ଉପକାରୀ ଅଟେ। ଏହାକୁ ସାଲାଡ଼୍‍ ଭାବେ ଖାଇବା ଅତ୍ୟନ୍ତ ଲାଭଦାୟକ ଅଟେ। ଶରୀରକୁ ଆବଶ୍ୟକ ହେଉଥିବା ଜଳର ମାତ୍ରାକୁ ପୂରଣ କରିବାରେ ଏହା ସାହାଯ୍ୟ କରିଥାଏ।
  • ଧନିଆ ପତ୍ର – ଏହାକୁ ଯେକୌଣସି ତରକାରୀରେ କିମ୍ବା ଚଟଣି ଭାବେ ପ୍ରସ୍ତୁତ କରି ଖାଇ ପାରିବେ। ହଜମ କ୍ରିୟା ପାଇଁ ଆବଶ୍ୟକ ହେଉଥିବା ଏନ୍‍ଜାଇମ ଗଠନରେ ଏହା ସାହାଯ୍ୟ କରିଥାଏ। ଏହାକୁ ନିୟମିତ ଖାଇବା ଖୁବ ଲାଭ ଦାୟକ ଅଟେ।
  • କଞ୍ଚା ଦେଶୀ ପିଆଜ – ଏହା ଯକୃତକୁ ସଫା କରିବା ନିମନ୍ତେ ଆବଶ୍ୟକ ହେଉଥିବା ଏନ୍‍ଜାଇମର ପ୍ରସ୍ତୁତି ପାଇଁ ସହାୟକ ହୋଇଥାଏ। ଯାହା ଦ୍ୱାରା ଯକୃତ ଭଲ ଭାବେ ପରିଷ୍କାର ହୋଇଥାଏ।
  • ଅଖରୋଟ୍‍ – ଏହାକୁ ଖାଇବା ଦ୍ୱାରା ହୃଦଘାତ ସମସ୍ୟା ଦୂର ହୋଇଥାଏ। ଶରୀରକୁ ସୁସ୍ଥ ରଖିଥାଏ। ଶରୀର ସହଜରେ ରୋଗାକ୍ରାନ୍ତ ହୋଇନଥାଏ।
    ସୂର୍ଯ୍ୟମୁଖୀର ମଞ୍ଜି – ଏହା ଯକୃତର କାର୍ଯ୍ୟ କରିବାର କ୍ଷମତାକୁ ବଢାଇଥାଏ। ଶରୀରରେ ଅଦରକାରୀ କୋଲେଷ୍ଟ୍ରଲ୍‍ ବଢାଇବାରୁ ରକ୍ଷା କରିଥାଏ। ରକ୍ତ ଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button