ସ୍ୱାସ୍ଥ୍ୟ

ନିମ୍ବ ପତ୍ରରେ ରହିଥିବା ଔଷଧୀୟ ଗୁଣ ସ୍ଵାସ୍ଥ୍ୟ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ

ପ୍ରାଚୀନ କାଳରୁ ବିଭିନ୍ନ ପ୍ରକାରର ଜଡିବୁଡି ପ୍ରସ୍ତୁତ ପାଇଁ ନିମ୍ବର ବ୍ୟବହାର କରାଯାଇଥାଏ। ସ୍ଵାସ୍ଥ୍ୟ ନିମନ୍ତେ ଏହା ଅତ୍ୟନ୍ତ ଆବଶ୍ୟକ ଅଟେ। ନିମ୍ବର ବ୍ୟବହାର ଦ୍ଵାରା ଅନେକ ପ୍ରକାରର ଦୁଃସାଧ୍ୟ ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ଥିବା ଅନେକ ଔଷଧୀୟ ଗୁଣ ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକୀୟ ଅଟେ। ନିମ୍ବ ଗଛର ପତ୍ର, ଫୁଲକୁ ଆମେ ବିଭିନ୍ନ ଔଷଧ ରୂପେ ବ୍ୟବହାର କରିଥାଉ।

  • ନିମ୍ବରେ ଦାଗ ଓ ତୈଳାକ୍ତ ମୁହଁକୁ ନିୟନ୍ତ୍ରଣ କରିବାର ଗୁଣ ରହିଛି। ନିମ୍ବରେ ଥିବା ଆଣ୍ଟିବ୍ୟାକ୍ଟେରିଆ ତୈଳାକ୍ତ ମୁହଁକୁ ଠିକ କରିବାରେ ସାହାର୍ଯ୍ୟ କରିଥାଏ। ନିମ୍ବରେ ପ୍ରସ୍ତୁତ ତେଲକୁ ମୁହଁରେ ଲଗାଇବା ଦ୍ଵାରା ସୁନ୍ଦରତା ବଢିଥାଏ। ଏହାସହ ମୁହଁର ପ୍ରାକୃତିକ ରୂପ ଫେରି ଆସିଥାଏ।
  • ନିମ୍ବରେ ପ୍ରସ୍ତୁତ ବିଭିନ୍ନ ଜଡିବୁଡି ଦ୍ଵାରା ଗଣ୍ଠି ଦରଜରୁ ମୁକ୍ତି ପାଇପାରିବେ। ଏଥିପାଇଁ କିଛି ନିମ୍ବ ପତ୍ର ନେଇ ଗରମ ପାଣିରେ ଫୁଟାନ୍ତୁ। ତାପରେ ପାଣି ଥଣ୍ଡା ହୋଇଗଲା ପରେ ତାକୁ ଛାଣି ଦିଅନ୍ତୁ। ସେହି ପାଣିକୁ ଦିନକୁ ଦୁଇଥର ପିଅନ୍ତୁ। ଏପରି କରିବା ଦ୍ଵାରା ଗଣ୍ଠି ଦରଜରୁ ମୁକ୍ତି ମିଳିବ।
  • ଆମ ପରିବେଶରେ ଅନେକ ବ୍ୟାକ୍ଟେରିଆ ରହିଛି। ସେହି ବ୍ୟାକ୍ଟେରିଆ ଆମ ଶରୀର ଭିତରକୁ ମଧ୍ୟ ପ୍ରବେଶ କରିଥାଏ। ଶରୀରରେ ବ୍ୟାକ୍ଟେରିଆ ରହିବା ଦ୍ଵାରା ଅନେକ ରୋଗ ହେବାର ସମ୍ଭାବନ ମଧ୍ୟ ରହିଛି। ତେଣୁ ନିମ୍ବ ଆମକୁ ବ୍ୟାକ୍ଟେରିଆ ଠାରୁ ରକ୍ଷା କରିବାରେ ସାହାର୍ଯ୍ୟ କରିଥାଏ। ନିମ୍ବ ଫୁଲକୁ ଖାଦ୍ୟ ରୂପେ ଗ୍ରହଣ କରିବା ଦ୍ଵାରା ତାହା ବ୍ୟାକ୍ଟେରିଆକୁ ନ​‌ଷ୍ଟ କରିଥାଏ।
  • ବଜାରରେ ମିଳୁଥିବା ନିମ୍ବର ଔଷଧ ଖାଇବା ଦ୍ଵାରା ମନୁଷ୍ୟ ଶରୀରରେ କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରିତ ହୋଇଥାଏ। ନିମ୍ବ ପତ୍ରରେ ରହିଥିବା ଔଷଧୀୟ ଗୁଣ ମଧ୍ୟ ଡାଇବେଟିସ ରୋଗକୁ ନିୟନ୍ତ୍ରଣ କରିଥାଏ।
  • ନଖରେ ହେଉଥିବା ବିଭିନ୍ନ ପ୍ରକାର ସମସ୍ୟାର ସମାଧାନ ନିମ୍ବ ପତ୍ର ସାହାର୍ଯ୍ୟରେ ଠିକ ହୋଇଥାଏ। ନଖରେ ହେଉଥିବା ବିଭିନ୍ନ ପ୍ରକାର ଖଣ୍ଡିଆ ଓ ସଂକ୍ରାମକ ରୋଗରୁ ମଧ୍ୟ ଏହା ରକ୍ଷା କରିଥାଏ।
  • ପ୍ରାୟ ବ୍ୟକ୍ତି ଗାଧୋଇବା ବେଳେ ଗରମ ପାଣିରେ ନିମ୍ବ ପତ୍ର ପକାଇ ଗାଧୋଇଥାନ୍ତି। ଏପରି କରିବା ଦ୍ଵାରା କୌଣସି ଚର୍ମ ରୋଗ ହେବାର ସମ୍ଭାବନା ନଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button