March 27, 2023

ମହାରାଷ୍ଟ୍ର ବିଜେପିରେ ଯୋଗଦେଲେ ଏନସିପିର ବରିଷ୍ଠ ନେତା

1 min read
NCP-Leader-joined-bjp-aajira-odisha

ଆଓରି-ନୂଆଦିଲ୍ଲୀ(୩୧/୦୭) : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନାବୀସଙ୍କ ଉପସ୍ଥିତିରେ ବୁଧବାର ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ୨ ପୂର୍ବତନ ବିଧାୟକଙ୍କ ସମେତ ୩ ଜଣ ବରିଷ୍ଠ ନେତା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଏନସିପିର ଏହି ୩ ନେତା ହେଲେ ଶିବେନ୍ଦ୍ର ରାଜେ ଭୋସାଲେ, ସନ୍ଦୀପ ନାୟକ ଏବଂ ଚିତ୍ରା ୱାଘ। ମଙ୍ଗଳବାର ଏନସିପି ବିଧାୟକ ବୈଭବ ପିଚଦ, ଶିବେନ୍ଦ୍ର ଏବଂ ସନ୍ଦୀପ ନାୟକ ବିଧାନସଭା ଓ ଦଳରୁ ଇସ୍ତଫା ଦେଇଥିଲେ। ସେମାନଙ୍କ ସହ କଂଗ୍ରେସ ବିଧାୟକ କାଳୀଦାସ ଲୋଲମ୍ବକାର ମଧ୍ୟ ବିଧାନସଭାରୁ ଇସ୍ତଫା ଦେଇଥିଲେ। ସେମାନେ ନିଜ ଇସ୍ତଫାପତ୍ର ରାଜ୍ୟ ବିଧାନ ଭବନରେ ବାଚସ୍ପତି ହରିଭାଉ ବାଗାଡେଙ୍କୁ ପ୍ରଦାନ କରିଥିଲେ।

ପ୍ରକାଶ ଯେ କାଳୀଦାସ କୋଲମ୍ବକାର ମୁମ୍ବଇରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିପରି ଶିବେନ୍ଦ୍ର ରାଜେ ଭୋସାଲେ ୨୦୧୪ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ରର ସତାରା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। କିଛି ଦିନ ତଳେ ବିଜେପିର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ଜଳ ସମ୍ପଦ ମନ୍ତ୍ରୀ ଗିରୀଶ ମହାଜନ କହିଥିଲେ ଯେ କଂଗ୍ରେସ ଏବଂ ଏନସିପିର ୫୦ ବିଧାୟକ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ସାମିଲ ହେବାକୁ ଚାହୁଁଛନ୍ତି ଓ ଆମ ସମ୍ପର୍କର ଅଛନ୍ତି। ଜଳ ସମ୍ପଦ ମନ୍ତ୍ରୀଙ୍କ ଦାବି ଅନୁସାରେ ବିଜେପିରେ କଂଗ୍ରେସ ଏବଂ ଏନସିପି ନେତାଙ୍କ ଯୋଗଦାନ ପ୍ରକ୍ରିୟା ଜାରି ରହିଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.