ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଉଦଯାପିତ
1 min read
ଆଓରି-ଭୁବନେଶ୍ଵର(୨୯/୧୨) : ନୟାଗଡ଼ ପୋଲିସ ପଡିଆରେ ଗତ ପାଞ୍ଚଦିନ ଧରି ଚାଲିଥିବା ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ମହାସମାରୋହରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଅର୍ଥମନ୍ତ୍ରୀ ଶଶୀ ଭୂଷଣ ମହାନ୍ତିଙ୍କ ସମେତ ବହୁ ମାନ୍ୟଗନ୍ୟ ଵ୍ୟକ୍ତି ଅତିଥି ରୂପେ ଯୋଗଦେଇଥିଲେ । ରାଜ୍ୟ ତଥା ରାଜ୍ୟ ବାହାରର ଦୁଇଶହରୁ ଅଧିକ ବ୍ୟବସାୟୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀ ଚଳିତ ବର୍ଷର ପଲ୍ଲୀଶ୍ରୀ ମେଳାରେ ସାମିଲ ହୋଇଥିଲେ । ପ୍ରତିଦିନ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କର ମନମୋହିଥିଲା । ମାତ୍ର, ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଜିଲ୍ଲା ମହୋତ୍ସବ ରେ ଜିଲ୍ଲାର କଳାକାର ମାନଙ୍କୁ ଅଣଦେଖା କରାଯାଇଥିବାରୁ ଜିଲ୍ଲାର କଳାକାର ମାନେ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ।