ଜାତୀୟ

ନିଜ ବିବାଦୀୟ ବୟାନକୁ ନେଇ “ଦ କପିଲ ଶର୍ମା ସୋ”ରୁ ଆଉଟ ହେଲେ ନବଜୋତ ସିଂହ ସିଦ୍ଧୁ

ଆଓରି-ନୂଆଦିଲ୍ଲୀ(୧୬/୦୨) : ପୁଣି ନିଜ ବୟାନକୁ ନେଇ ବିବାଦରେ ନବଜୋତ ସିଂହ ସିଦ୍ଧୁ । ପୁଲଓ୍ୱାମା ହମ୍‌ଲା ପରେ ନବଜୋତ ସିଂହଙ୍କ ଖାମ୍‌ଖିଆଲ ବୟାନ ତାଙ୍କ ଉପରେ ଭାରିପଡ଼ିଛି । ଫଳର ତାଙ୍କୁ ‘ଦ କପିଲ ଶର୍ମା ସୋ’ରୁ ଆଉଟ କରାଯାଇଛି । ଚ୍ୟାନେଲ ତାଙ୍କୁ ରିଜାଇନ୍‌ କରିବା ପାଇଁ ବାଧ୍ୟ କରିଛି । ତାଙ୍କ ସ୍ଥାନରେ ଅର୍ଚ୍ଚନା ପୂରଣ ସିଂହଙ୍କୁ ସ୍ଥାନିତ କରାଯାଇଛି । ଏନେଇ ଅର୍ଚ୍ଚନା ନିଜେ ଏକ ଜାତୀୟ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି । ଅର୍ଚ୍ଚନା ଆହୁରି ମଧ୍ୟ କହିଛନ୍ତି ଯେ, ସେ ‘ଦ କପିଲ ଶର୍ମା ସୋ’ର ଦୁଇଟି ଏପିସୋଡ୍‌ ମଧ୍ୟ ସୁଟିଂ କରିସାରିଛନ୍ତି ।

ଏହା ପୂର୍ବରୁ ‘ଦ କପିଲ୍‌ ଶର୍ମା ସୋ’ରେ ସିଦ୍ଧୁ କାମ କରନ୍ତି ବୋଲି ଏହି ସୋ’କୁ ବନ୍ଦ କରିବା ପାଇଁ ଦାବି ହୋଇଆସୁଥିଲା । ଖାଲି ସେତିକି ନୁହେଁ ସୋସିଆଲ ମିଡିଆରେ #boycottTheKapilSharmaShow ମଧ୍ୟ ଟ୍ରେଣ୍ଡ କରିଥିଲା । ଏହି ସୋ’କୁ ସେତେ ଦିନ ଯାଏ ନଦେଖିବାକୁ କୁହାଯାଉଥିଲା, ଯେତେ ଦିନ ଯାଏଁ ସିଦ୍ଧୁଙ୍କୁ ସୋ’ରୁ ହଟାଯାଇ ନାହିଁ । ଏହି କାରଣରୁ ସୋ’ ମେକର୍ସ ପକ୍ଷରୁ ସିଦ୍ଧୁଙ୍କୁ ବାହାର କରିବାକୁ ପଡ଼ିଛି ।

ଗୁରୁବାର ପୁଲଓ୍ୱାମାରେ ହୋଇଥିବା ଆତଙ୍କବାଦୀ ହମଲାରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ୍‌ ସହିଦ ହୋଇଛନ୍ତି । ଏହି ଘଟଣା ପାଇଁ ଆତଙ୍କବାଦୀ ସଂଗଠନ ‘ଜୈସ ଏ ମହମ୍ମଦ’ ନିଜକୁ ଦାୟି ମଧ୍ୟ କରିସାରିଛି । ଏହି ଆକ୍ରମଣ ସେ କରିଛି ବୋଲି କହିସାରିଛି । ଏଥିପାଇଁ ସାରା ଦେଶ ପାକିସ୍ତାନଠାରୁ ପ୍ରତିଶୋଧ ଚାହୁଁଥିଲା ବେଳେ ସିଦ୍ଧୁ ଏହାର ବିପରୀତ ଦିଗରେ ବୟାନ ଦେଇଛନ୍ତି ।

ସିଦ୍ଧୁ ପାକିସ୍ତାକୁ କ୍ଲିନ୍‌ଚିଟ୍‌ ଦେଇ କହିଛନ୍ତି ଯେ, କିଛି ଖରାପ ଲୋକଙ୍କ ଯୋଗୁଁ ପୁରା ଦେଶକୁ ଆମେ ଦୋଷୀ ବୋଲି କହିବା ଠିକ୍‌ ନୁହେଁ । ସେ ହିଂସାକୁ ସବୁବେଳେ ବିରୋଧ କରନ୍ତି । ଏହିଭଳି ଆକ୍ରମଣକୁ ସେ କାପୁରୁଷତାର ଲକ୍ଷଣ ବୋଲି କହିଛନ୍ତି । ହିଂସା ସବୁବେଳେ ନିନ୍ଦନୀୟ ବୋଲି ମଧ୍ୟ କହିଛନ୍ତି ସିଦ୍ଧୁ । ଯେଉଁମାନେ ଏଭଳି ଅପରାଧ ଘଟାଇଛନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଆବଶ୍ୟକ ।

Related Articles

Leave a Reply

Your email address will not be published. Required fields are marked *

Back to top button