ଅମରିନ୍ଦର ସିଂହଙ୍କ ୮ଟି ଯାକ ଟିମ୍ରୁ ବାଦ୍ ପଡିଲେ ନବଜୋତ୍ ସିଂହ ସିଦ୍ଧୁ
1 min read
ଆଓରି-ନୂଆଦିଲ୍ଲୀ(୦୯/୦୬) : ବିବାଦୀୟ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁଙ୍କୁ ପୁଣି ଲାଗିଛି ଝଟକା । ଆଉ ଝଟକାଟି ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ମୁଖ୍ୟମନ୍ତ୍ରୀଙ୍କ ଟିମ୍ରୁ ବାଦ୍ ପଡିଛନ୍ତି ସିଦ୍ଧୁ ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ୮ଟି ଯାକ ଟିମ୍ରୁ ବାଦ୍ ପଡିଛନ୍ତି ନବଜୋତ୍ ସିଂହ ସିଦ୍ଧୁ । କୌଣସି ଟିମ୍ରେ ମଧ୍ୟ ସିଦ୍ଧୁଙ୍କୁ ସ୍ଥାନ ଦେଇନାହାନ୍ତି ଅମରିନ୍ଦର । ତେବେ ଖୋଦ୍ ମୁଖ୍ୟମନ୍ତ୍ରୀ ଅମରିନ୍ଦର ଏହି ଟିମ୍ର ଅଧ୍ୟକ୍ଷ ଅଛନ୍ତି ।
ସୂଚନା ଯେ, ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ, ଭବନ ନିର୍ମାଣ ଏବଂ ସହର ବିକାଶ ମନ୍ତ୍ରୀ ସୁଖ୍ବିନ୍ଦର ସିଂହ ସରକାରିଆ, ଲୋକ ନିର୍ମାଣ ମନ୍ତ୍ରୀ ବିଜୟ ଇନ୍ଦର୍ ସିଙ୍ଗଲା, ମନ୍ତ୍ରୀ ବ୍ରହ୍ମା ମହେନ୍ଦ୍ର ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଭାରତ ଭୂଷଣ ଆଶୁ ପ୍ରମୁଖ।
ନିଜେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏହି ଟିମର ଅଧ୍ୟକ୍ଷ ଅଛନ୍ତି । ଏଥିରେ ଯେଉଁମାନଙ୍କୁ ସ୍ଥାନ ମିଳିଛି ସେମାନେ ହେଲେ ଅର୍ଥ ମନ୍ତ୍ରୀ ମନପ୍ରୀତ ସିଂହ ବାଦଲ, ଭବନ ନିର୍ମାଣ ଏବଂ ସହର ବିକାଶ ମନ୍ତ୍ରୀ ସୁଖବିନ୍ଦର ସିଂହ ସରକାରିଆ, ଲୋକ ନିର୍ମାଣ ମନ୍ତ୍ରୀ ବିଜୟ ଇନ୍ଦର ସିଙ୍ଗଲା, ମନ୍ତ୍ରୀ ବ୍ରହ୍ମା ମହେନ୍ଦ୍ର, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଭାରତ ଭୂଷଣ ଆଶୁ ପ୍ରମୁଖଙ୍କୁ ଅମରିନ୍ଦର ନିଜ ଟିମ୍ରେ ସାମିଲ କରିଛନ୍ତି । ଏହି ଟିମ୍ ଯୋଜନା ଗୁଡିକର ସମୀକ୍ଷା କରି ଭବିଷ୍ୟତରେ ଏହାକୁ ସୁଧାରିବାକୁ ଯୋଜନା ପ୍ରସ୍ତୁତ କରିବ । ଏହାକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।ଏହି ଟିମରେ ନବଜୋତ ସିଂହ ସିଦ୍ଧୁଙ୍କୁ ସ୍ଥାନ ନ ଦେବା ଫଳରେ ତାଙ୍କର ପତିଆରା ହ୍ରାସ ପାଇଥିବା କୁହାଯାଉଛି ।