ରାଜନୀତିରାଜ୍ୟ

ବରିଷ୍ଠ ରାଜନେତା ବିଧାୟକ ଡ଼ାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ

ଆଓରି-ଭୁବନେଶ୍ଵର (୧୨/୯) : ବରିଷ୍ଠ ରାଜନେତା ତଥା ବିଧାୟକ ଡ଼ାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ତାଙ୍କୁ ବହିଷ୍କାର କରିବା ପାଇଁ  ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ସୂଚନା ଯୋଗ୍ୟ , ସରକାରଙ୍କର ବିଭିନ୍ନ ପ୍ରକାର ଦୁର୍ନୀତିର ମୁଖା ଖୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା ବିଜୁଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ  ଡ଼ାକ୍ତର ଦାମୋଦର ରାଉତଙ୍କ ବିରୁଦ୍ଧରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖରେ ଫେରାଦ ହୋଇଥିଲେ ଜିଲ୍ଲାର ଦୁଇ ବରିଷ୍ଠ ନେତା । ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଷ୍ଣୁ ଦାସ ଏବଂବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଡ଼ାକ୍ତର ରାଉତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ । ଏରସମାରେ ଏକ ସଭାରେ କଂଗ୍ରେସ ଓ ବିଜେପି ନେତାଙ୍କ ସହିତ ମିଶି ସେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଏହି ଦୁଇ ନେତା ଲିଖିତ ଅଭିଯୋଗ କରିଥିଲେ । ତେଣୁ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଶ୍ରୀ ମୁଦୁଲି ଦାବି କରିଥିଲେ । ଅନ୍ୟ ପକ୍ଷରେ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ, ଡ଼ାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ ।

ତେବେ ଏନେଇ ଡ଼ାକ୍ତର ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି  ପ୍ରଶାନ୍ତ ଏବଂ ବିଷ୍ଣୁଙ୍କ କଥାରେ ନବୀନ କ’ଣ ତାଙ୍କୁ ଦଳରୁ କାଢିଦେବେ ବୋଲି କହି କଟାକ୍ଷ କରିଥିଲେ । ଏତେ ସବୁ ପରେ ବି ଯଦି ନବୀନ ବାବୁ ବହିସ୍କାର କରିବେ ତେବେ ସେ କିଛି କହିବେ ନାହିଁ । ପୂର୍ବରୁ ମନ୍ତ୍ରୀମଣ୍ଡଳରୁ ବିଦା କରିବା ପରେ ସେ ନବୀନଙ୍କ ଭେଟିବା ପାଇଁ ଯାଇ ନାହାନ୍ତି । ଏବେ ମଧ୍ୟ ଯିବେ ନାହିଁ ବୋଲି କଡା ଆଭିମୁଖ୍ୟ ରଖିଛନ୍ତି । ଲୋକ ଚାହୁଁଥିବା ଯାଏଁ ସେ ନିର୍ବାଚନ ଲଢିବେ ବୋଲି କହିଛନ୍ତି ଡ଼ାକ୍ତର ରାଉତ । ଅନ୍ୟ ପକ୍ଷରେ ବିଜେପିକୁ ଯିବା ପ୍ରସଙ୍ଗକୁ ସେ ସିଧା ସିଧା ଖଣ୍ଡନ କରିଛନ୍ତି । ଯଦି ତାଙ୍କୁ ୧୦ କୋଟି ଟଙ୍କା ମିଳେ ତେବେ ମଧ୍ୟ ବିଜେପିକୁ ଯିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ଶେଷରେ ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button