ନବୀନ ସରକାର ଲୋକଙ୍କୁ ବିଭ୍ରାନ୍ତ କରି କ୍ଷମତାରେ ଅଛି: ପ୍ରତାପ
1 min read
ଆ.ଓ.ରି(ତା୧୪|୫)-
ଭୟଙ୍କର ଭାବେ ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାର। ଦୀର୍ଘ ବର୍ଷ ହେଲା ସରକାର ଶାସନ ଚଳାଇ ଆସିଲେଣି, ହେଲେ କିଭଳି ଭାବେ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ସାଧାରଣ ଲୋକେ ସହ୍ୟ କରିଆସିଛନ୍ତି, ତାହା ଆଶ୍ଚଯର୍ୟଜନକ ବିଷୟ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡଙ୍ଗୀ।
ଏଥିପାଇଁ ନିଜକୁ ଦାୟୀ କରିବା ସହ ନିଜ ଦଳକୁ ମଧ୍ୟ ଦାୟୀ କରିଛନ୍ତି। ବିଜେପି ବିକଳ୍ପ ଉପସ୍ଥାପିତ କରି ପାରି ନଥିବାରୁ ଆଜି ନବୀନ ସରକାର ଲୋକଙ୍କୁ ବିଭ୍ରାନ୍ତ କରି କ୍ଷମତାରେ ରହିଆସିଛି ବୋଲି ପ୍ରତାପ ଷଡଙ୍ଗୀ ଅଭିଯୋଗ ଉଠାଇଛନ୍ତି।ଏପଟେ ପ୍ରତାପଙ୍କ ମନ୍ତବ୍ୟ ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ। ବିଜେପି ଏକ ମାତ୍ର ହିଁ ବିକଳ୍ପ ଦଳ, ଯିଏ କି ନିଜକୁ ପ୍ରସ୍ତୁତ କରି ଠିଆହୋଇଛି ବୋଲି ସେ କହିଛନ୍ତି। ତେବେ ବିଜେପିର ଅଭିଯୋଗ ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ