ରାଜ୍ୟ

କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ନ୍ୟାୟ ନ ପାଇ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣି ବିରୋଧୀ ବିଜେପି କଂଗ୍ରେସ ସରକାରଙ୍କୁ ବିଭିନ୍ନ ବାଟରେ ଘେରିବା ଆରମ୍ଭ କରିଛନ୍ତି। କ୍ରାଇମ୍‌ ବ୍ରାଞ୍ଚ ତଦନ୍ତ ଏବଂ ନ୍ୟାୟିକ ତଦନ୍ତ ନିର୍ଦେଶ ପରେ କିଛିମାତ୍ରାରେ ତୁନି ପଡ଼ିଥିବା ବିରୋଧୀ ଶିବିର ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ପୁଣିଥରେ ଚେଇଁ ଉଠିଥିଲେ।
ସର୍ବସାଧରଣରେ ନିଜର ବିଶ୍ୱସନୀୟତା ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରିପ୍ରେକ୍ଷୀରେ ନ୍ୟାୟିକ ଓ କ୍ରାଇମ ବ୍ରାଞ୍ଚ ତଦନ୍ତ ପରେ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାର ଏସ୍‌ଆଇଟି ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ(ଏସ୍‌ଆଇଟି) କୁନ୍ଦୁଲି ଘଟଣାର ତଦନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସଚିବାଳୟରେ ଘୋଷଣା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button