ଜିଲ୍ଲାରାଜନୀତି

ନବୀନ ସରକାର ଚାଷୀଙ୍କୁ ଭିକାରି କରିଛି: ଜୁଏଲ

ବରଗଡ଼: ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗର୍ବ ଓ ଗୌରବର ପ୍ରତୀକ। ଏହା ଆମ ପରିଚୟ ହୋଇଛି। କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଚାଷୀ ମୁହଁରେ ହସ ଫୁଟାଉ ଥିବା ବେଳେ ନବୀନ ସରକାର ଚାଷୀଙ୍କୁ ଭିକାରି ସଜେଇ ଦେଇଛି। ମୋଦି ସରକାର ଚାଷୀଙ୍କୁ ସମ୍ମାନ ଦେଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ଜୁଏଲ ଆହୁରି କହିଲେ ଯେ, ଓଡ଼ଶାରେ ମୁଖ୍ୟମନ୍ତ୍ରୀ ସରକାର ଚଲାନ୍ତି ନାହିଁ କି ତାଙ୍କୁ ଦଳର ନିର୍ବାଚିତ ବିଧାୟକଙ୍କ ନାମ ମଧ୍ୟ ଜଣା ନାହିଁ। ଏଠି ସରକାର ଚଳାଉଛନ୍ତି ତାମିଲନାଡ଼ୁର ଅର୍ଥାତ୍‌ ପ୍ରଶାସନିକ ଅଧିକାରୀ ପାଣ୍ଡିଆନ। ଏଥିସହ ଶାସକ ଦଳର ବିଧାୟକ, ନେତା ମନ୍ତ୍ରୀମାନେ ଯେଉଁଭଳି ଭାବେ ଭ୍ରଷ୍ଟାଚାର ଓ ଅରାଜକତା ଚଲାଇଛନ୍ତି ତାହା ସୀମା ଲଂଘନ କଲାଣି ବୋଲି ସେ କହିଛନ୍ତି।
ବରଗଡ଼ ଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଫର୍‌’ ପକ୍ଷରୁ ସ୍ଥାନୀୟ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାଯ୍ୟର୍କ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇକେନ୍ଦ୍ରମନ୍ତ୍ରୀ ଜୁଏଲ କହିଲେ ଯେ,
୨୦ବର୍ଷ ତଳେ କଳାହାଣ୍ଡିର ଶିଶୁବିକ୍ରି ଘଟଣାରେ  ଓଡ଼ିଶାକୁ ଯେଉଁ ଅପଚର୍ଚ୍ଚା ହୋଇଥିଲା ଏବେ ପୁଣି ସେହି କଳାହାଣ୍ଡିର ଦାନ ମାଝୀ ଘଟଣା ଓଡ଼ିଶାର ଚିତ୍ରକୁ ଜାତୀୟ ସ୍ତରରେ କଳଙ୍କିତ କରିଛି।
 ଫରର ଅଧ୍ୟକ୍ଷ ଇଂ ଦେବବ୍ରତ ମିଶ୍ରଙ୍କ  ସଭାପତିତ୍ୱ ଓ ଡ. ଅରୂପା ନନ୍ଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାଯ୍ୟର୍କ୍ରମରେ ପୂର୍ବ ବିଧାୟକ ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀମୁଖ୍ୟ ବକ୍ତା ଓ ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ରାଷ୍ଟ୍ରୀୟ ସଂଯୋଜକ ତଥା  ରେଳ ଯାତ୍ରା ସୁରକ୍ଷା ପରିଷଦର ସଦସ୍ୟ ସୁବାସ ଚୌହାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳତା ସଂପର୍କରେ ମତବ୍ୟକ୍ତ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button