March 30, 2023

ଅନ୍ଧାଧୁନ୍‌’କୁ ରାଷ୍ଟ୍ରୀୟ ପୁରସ୍କାର ମିଳିବ

1 min read

ଆଓରି-ମୁମ୍ବାଇ(୧୯/୦୮): ଚଳିତ ବର୍ଷ ଶ୍ରେଷ୍ଠ ସିନେମାଭାବେ ‘ଅନ୍ଧାଧୁନ୍‌’କୁ ମିଳିବ ରାଷ୍ଟ୍ରୀୟ ପୁରସ୍କାର। ଖାଲି ସେତିକି ନୁହେଁ ‘ଅନ୍ଧାଧୁନ୍‌’ର ନାୟକ ଆୟୁଷ୍ମାନ୍‌ ଖୁରାନାଙ୍କୁ ବି ମିଳିବ ଶ୍ରେଷ୍ଠ ଅଭିନେତାଭାବେ ରାଷ୍ଟ୍ରୀୟ ପୁରସ୍କାର । ଏକଥା ଜାଣିବାପରେ ସବୁଠାରୁ ଅଧିକ ଦୁଃଖୀ ହୋଇଛନ୍ତି ବରୁଣ ଧଓ୍ଵନ୍‌। ଜାଣନ୍ତି କାହିଁକି! ଏବେ ଜାଣନ୍ତୁ …

ନିର୍ଦ୍ଦେଶକ ଶ୍ରୀରାମ ରାଘବନ୍‌ ଯେତେବେଳେ ‘ଅନ୍ଧାଧୁନ୍‌’ର ସ୍କ୍ରିପ୍ଟ୍‌ ପ୍ରସ୍ତୁତ କରିଥିଲେ,ସେତେବେଳ ଏଥିରେ ନାୟକ ଭୂମିକାରେ ପୁଣିଥରେ ବରୁଣ ଧଓ୍ଵନ୍‌ଙ୍କୁ ନେବେ ବୋଲି ସ୍ଥିର କରିଥିଲେ । ବରୁଣ ଧଓ୍ଵନ୍‌ ବି ‘ଅନ୍ଧାଧୁନ୍‌’ର କାହାଣୀ ଶୁଣିବାପରେ ରାଜି ହୋଇଥିଲେ।
ଏହି ଫିଲ୍ମର ସ୍କ୍ରିପ୍ଟିଂ ସମୟରେ ହିଁ ନିର୍ଦ୍ଦେଶକ ଶ୍ରୀରାମ ରାଘବନ୍‌ ଜାଣିବାକୁ ପାଇଲେ ଯେ, ସଂଜୟ ଗୁପ୍ତାଙ୍କ ଏକ ଫିଲ୍ମର କାହାଣୀ ବି ଜଣେ ଦୃଷ୍ଟିହୀନ ବ୍ୟକ୍ତି ଉପରେ ଆଧାରିତ। ସେ ଆଶଙ୍କା କରିଲେ ଯେ, କାଳେ ଏହି ଫିଲ୍ମ ‘କାବିଲ୍‌’ରେ ନାୟକର ଚରିତ୍ର ସହିତ କାଳେ ‘ଅନ୍ଧାଧୁନ୍‌’ର ନାୟକ ଭୂମିକାରେ କିଛି ସମାନତା ଥିବ।
ତା’ଛଡା ‘କାବିଲ୍‌’ରେ ସୁପରଷ୍ଟାର୍‌ ରିତିକ ରୋଶନ୍‌ ଅଛନ୍ତି ମାନେ,ତାହା ନିଶ୍ଚିତ ଦର୍ଶକଙ୍କ ଦ୍ୱାରା ଆଦୃତ ହେବ।ଏଣୁ ସଙ୍ଗେ ସଙ୍ଗେ ଆଉ ଜଣେ ଦୃଷ୍ଟିହୀନ ନାୟକ ଭୂମିକା ଥିବା ଫିଲ୍ମ ରିଲିଜ୍‌ ହେଲେ ,କାଳେ ଚାଲିବନି ବୋଲି ଭାବିଲେ ଶ୍ରୀରାମ ରାଘବନ୍‌।
ଏସବୁ ଆଶଙ୍କା କରି ନିର୍ଦ୍ଦେଶକ ଶ୍ରୀରାମ ରାଘବନ୍‌ ‘ଅନ୍ଧାଧୁନ୍‌’ ସିନେମାକୁ ଥଣ୍ଡା ବାକ୍ସରେ ରଖିଦେଲେ। ଏହାପରେ ‘କାବିଲ୍‌’ରିଲିଜ୍‌ ହେଲା।

ଶ୍ରୀରାମ ‘କାବିଲ୍‌’ଦେଖିବାପରେ ଲକ୍ଷ୍ୟ କଲେ ଉଭୟ ସିନେମାର କାହାଣୀ ଭିନ୍ନ। ଏଣୁ ସେ ପୁଣି ଏହି ପ୍ରୋଜେକ୍ଟରେ ଲାଗି ପଡ଼ିଲେ। ହେଲେ ସେ ଯେତେବେଳେ ବରୁଣ ଧଓ୍ଵନ୍‌ଙ୍କୁ ଅଫର୍‌ ଦେଲେ,ସେତେବେଳ ତାଙ୍କ ପାଖରେ ସମୟ ନ ଥିଲା। ଏଣୁ ବାଧ୍ୟ ହୋଇ ନିର୍ଦ୍ଦେଶକ ବରୁଣଙ୍କ ବଦଳରେ ଆୟୁଷ୍ମାନ୍‌ ଖୁରାନାଙ୍କୁ ନେଇଥିଲେ ‘ଅନ୍ଧାଧୁନ୍‌’ରେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.