April 18, 2024

ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ରାହୁଲଙ୍କ ଜିଦ୍, ସେପଟେ କଂଗ୍ରେସ ଭାଙ୍ଗିଲା ସମସ୍ତ ରାଜ୍ୟ କମିଟି

1 min read

ଆଓରି-ନୂଆଦିଲ୍ଲୀ(୨୪/୦୬): ଗୋଟିଏ ପଟେ ରାହୁଲଙ୍କ ଜିଦ୍ ଆଉ ଅନ୍ୟପଟେ ସମସ୍ତ ରାଜ୍ୟର ପ୍ରଦେଶ କମିଟି ଭଙ୍ଗ କରିଛି କଂଗ୍ରେସ । ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାସ୍ତ ପରେ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଜିଦ୍ ଧରି ବସିଛନ୍ତି ।

ଲୋକସଭା ନିର୍ବାଚନରେ ବିଜେପି ପ୍ରଚଣ୍ଡ ବହୁମତ ହାସଲ କରିବା ପରେ ରାହୁଲ ଇସ୍ତଫା ଦେବା ପାଇଁ ଘୋଷଣା କରିଥିଲେ । ଦଳରେ ତାଙ୍କୁ ମନେଇବା ପାଇଁ ବହୁ ଚେଷ୍ଟା କରାଯାଇଥିଲା । କିନ୍ତୁ ରାହୁଲ ନିଜ ଜିଦରେ ଅଟଳ ରହିଥିଲେ । ତେବେ ମାଆ ସୋନିଆ ଗାନ୍ଧୀ ଏବଂ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ତାଙ୍କୁ ବୁଝାଇବା ପରେ ରାହୁଲ ଏକ ମାସ ପାଇଁ ଅଧ୍ୟକ୍ଷ ରହିବାକୁ ରାଜି ହୋଇଥିଲେ । କିନ୍ତୁ ଏହି ସମୟରେ ସେ ଦଳର କୌଣସୀ ବୈଠକରେ ସାମିଲ ହେଉ ନାହାଁନ୍ତି ଏବଂ ବଡ ବଡ ନିଷ୍ପତି ଠାରୁ ମଧ୍ୟ ସେ ଦୂରତା ରକ୍ଷା କରୁଛନ୍ତି । ଏହାଛଡା ରାହୁଲଙ୍କ ନେତୃତ୍ୱରେ ହୋଇଥିବା ଏହି ଲୋକସଭା ନିର୍ବାଚନରେ କଂଗ୍ରେସ ସମୁଦାୟ ୫୨ଟି ଆସନ ଜିତିଥିଲା । ବହୁ କମ୍ ଆସନ ହାସଲ କରିଥିବା କାରଣରୁ କଂଗ୍ରେସ ଲୋକସଭାରେ ବିପକ୍ଷ ଭାବେ ମଧ୍ୟ ଠିଆ ହୋଇପାରି ନାହିଁ ।

ସୂଚନା ଅନୁସାରେ, କଂଗ୍ରେସ କାର୍ଯ୍ୟସମିତି ଅଧ୍ୟକ୍ଷ ପଦ ପାଇଁ ସମ୍ଭାବିତ ନାମ ଫାଇନାଲ କରି ସାରିଲାଣି । ଏହାକୁ ନେଇ ଖୁବଶୀଘ୍ର ସିଡବ୍ଲ୍ୟୁସି ମିଟିଂ ହେବ ବୋଲି ସୂଚନା ରହିଛି । ତେବେ ରାହୁଲଙ୍କୁ ଶେଷଥର ପାଇଁ ବୁଝେଇବାକୁ ଚେଷ୍ଟା କରାଯିବ । ଯଦି ଏଥିରେ ରାହୁଲ ଏକମତ ନହୁଅନ୍ତି ତେବେ ନୂତନ ଅଧ୍ୟକ୍ଷ ବଛାଯିବ । ଅନ୍ୟପଟେ ଅଧ୍ୟକ୍ଷ ପଦ ପାଇଁ କଂଗ୍ରେସର ବହୁ ବରିଷ୍ଠ ନେତାଙ୍କ ନାମ ଚର୍ଚ୍ଚା କରାଯାଉଛି । ସେମାନଙ୍କ ମଧ୍ୟରୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ନାମ ସବୁଠାରୁ ଆଗରେ ରହିଛି ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.