ରାଜନୀତି

ଦିଗ୍‌ବିଜୟଙ୍କ ‘ନର୍ମଦା ପଦଯାତ୍ରା’ ଶେଷ,

ଆ.ଓ.ରି(ତା୧୦|୪)- 

କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ର୍ପୂବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ନର୍ମଦା ପରିକ୍ରମା ପଦଯାତ୍ରା ସୋମବାର ୧୯୨ ଦିନରେ ପୂର୍ଣ୍ଣ ହୋଇଛି । ଏହି ଯାତ୍ରା ମଧ୍ୟପ୍ରଦେଶର ନରସିଂହପୁର ଜିଲାର ବରମାନ ଘାଟରେ ସମାପ୍ତ ହୋଇଛି । ଏହାପରେ ସେ ସକ୍ରିୟ ରାଜନୀତିକୁ ଫେରିବେ ବୋଲି ସଂକେତ ଦେଇଛନ୍ତି । ୭୦ ବର୍ଷିୟ ଦିଗ୍‌ବିଜୟ ନିଜ ୪୬ ବର୍ଷର ପତ୍ନୀ ଅମୃତା ରାୟଙ୍କ ସହ ନରିସିଂହପୁର ଜିଲା ବରମାନ ଘାଟିରୁ ଗତବର୍ଷ ଡିସେମ୍ବର ୩୦ ତାରିଖରେ ନର୍ମଦା ପଦଯାତ୍ରାରେ ବାହାରିଥିଲେ । ଦିଗ୍‌ବିଜୟ, ଅମୃତା, ପୂର୍ବତନ ସାଂସଦ ରାମେଶ୍ୱର ନିଖରା, ନାରାୟଣ ସିଂହ ପ୍ରମୁଖ ନର୍ମଦା ନଦୀ କୂଳେ କୂଳେ ପ୍ରାୟ ୩,୩୦୦ କିଲୋମିଟର ପଦଯାତ୍ରା କରି ସୋମବାର ସକାଳେ ବରମାନ ଘାଟିରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚାନା ସହ ଯାତ୍ରା ସମାପ୍ତ ହେଲା ବୋଲି ଘୋଷଣା କରାଯାଇଥିଲା । ନର୍ମଦାର ସଫଳ ଯାତ୍ରା ପାଇଁ ସେ ମଧ୍ୟପ୍ରଦେଶର ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହ ଆଗକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଯେଉଁ ଆଦେଶ ଦେବେ, ସେ ସେହି ଅନୁସାରେ କାର୍ଯ୍ୟ କରିବେ ବୋଲି କହିଥିଲେ । ସେ ନିଶ୍ଚୟ ରାଜନୀତି କରିବେ, ହେଲେ ପକୁଡ଼ି ଛାଣିବେ ନାହିଁ ବୋଲି କହି ବିଜେପିକୁ କଟାକ୍ଷ କରିଥିଲେ । ପ୍ରକାଶ ଯେ ଦିଗ୍‌ବିଜୟ ୧୯୯୩ରୁ ୨୦୦୩ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button